ବୃଦ୍ଧଙ୍କୁ ଖାଇବାକୁ ଦେଉଥିବାର ଭିଡିଓ ଟିକ୍‌ଟକ୍‌ରେ ସେୟାର କଲା ପୁଲିସ; ପୁଅକୁ ମିଳିଗଲା ତାର ହଜିଲା ବାପା

ନୂଆଦିଲ୍ଲୀ: ପଞ୍ଜାବ ପୁଲିସର କନେଷ୍ଟବଳ ଅଜାଇବ ସିଂହଙ୍କ ଏକ ଟିକ୍‌ଟକ୍‌ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

India policeman's TikTok video helps family find missing father ...
BBC.com

ପଞ୍ଜାବ ପୁଲିସର କନେଷ୍ଟବଳ ଭାବେ କାର୍ଯ୍ୟରତ ଅଜାଇବ ସିଂହ ମାର୍ଚ୍ଚ ମାସରେ ରାସ୍ତାରେ ବୁଲୁଥିବା ଜଣେ ବ୍ୟକ୍ତିଙ୍କୁ ଖାଇବାକୁ ଦେଉଥିବାର ଭିଡିଓ ସେୟାର କରିଥିଲେ। ଏହି ଭିଡିଓରେ ସେ ରାସ୍ତାରେ ବୁଲୁଥିବା ଗରିବ ଓ ଅସହାୟ ଲୋକଙ୍କ ସାହାଯ୍ୟ କରିବା ପାଇଁ ଲୋକମାନଙ୍କୁ ଜାଗୃତ କରିଥିଲେ।

ଏହି ଭିଡିଓଟି ଭାଇରାଲ ହେବା ପରେ ପୁଲିସ କର୍ମଚାରୀଙ୍କ ସହିତ ନଜର ଆସୁଥିବା ବ୍ୟକ୍ତିଙ୍କ ନାମ ଭେଙ୍କଟେଶ୍ୱରଲୁ ବୋଲି ଜଣାପଡ଼ିଥିଲା। ସେ ନିଜ ପରିବାରଠାରୁ ଦୁଇବର୍ଷ ପୂର୍ବେ ଅଲଗା ହୋଇଯାଇଥିଲେ। ଏହି ଭିଡିଓ ଜରିଆରେ ସେ ନିଜ ପରିବାର ପାଖକୁ ପୁଣିଥରେ ଫେରି ପାରିଛନ୍ତି। ଏତେ ବର୍ଷ ପରେ ପୁଅ ବି ନିଜ ନିଖୋଜ ପିତାଙ୍କୁ ପାଇ ଖୁସି ହୋଇଯାଇଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଭେଙ୍କଟେଶ୍ୱରଲୁ ୨୦୧୮ରେ ତେଲେଙ୍ଗାନାରୁ ଲୁଧିୟାନା ଚାଲିଥିଲେ। ପୁଲିସ ଦ୍ୱାରା ସେୟାର କରାଯାଇଥିବା ଭିଡିଓ ଭାଇରାଲ ହେବା ପରେ ଭେଙ୍କଟେଶ୍ୱରଲୁଙ୍କୁ ତାଙ୍କର ଜଣେ ସାଙ୍ଗ ଦେଖିବା ପରେ ପରିବାରଲୋକଙ୍କୁ ଏ ବିଷୟରେ ଜଣାଇଥିଲେ। ଏହାପରେ ଭେଙ୍କଟେଶ୍ୱରଲୁଙ୍କ ପରିବାରଲୋକ ପଞ୍ଜାବ ପୁଲିସ ସହିତ ସମ୍ପର୍କ କରିଥିଲେ। ଶେଷରେ ପରିବାରଲୋକ ଭେଙ୍କଟେଶ୍ୱରଲୁଙ୍କୁ ଖୋଜି ପାଇବାରେ ସଫଳ ହୋଇଥିଲେ।

Punjab Policeman's TikTok Video Helps Reunite Missing Man With Family

ଭିଡିଓରେ ଦେଖି ପାରୁଥିବେ, ଲୁଧିୟାନାର ଏକ ଫ୍ଲାଏଓଭର ତଳେ ପୁଲିସ କନେଷ୍ଟବଳ ଅଜାଇବ ସିଂହ ଭେଙ୍କଟେଶ୍ୱରଲୁଙ୍କୁ ଖାଦ୍ୟ ଖୁଆଉଥିବା ନଜର ଆସୁଛନ୍ତି। ଖାଇବାକୁ ଦେବା ପରେ ସେ ବୃଦ୍ଧଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲେ ହେଁ, ଭେଙ୍କଟେଶ୍ୱରଲୁ ଠାରରେ କଥା ହୋଇପାରନ୍ତି ନାହିଁ କି ଶୁଣି ପାରନ୍ତି ନାହିଁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର