ହିନ୍ଦୁ ବୋଲି ମୋତେ ଗତବର୍ଷ ମୁଖ୍ୟମନ୍ତ୍ରୀ କରି ନଥିଲେ : ସୁନୀଲ ଝାକର

ଚଣ୍ଡିଗଡ଼ : ପଞ୍ଜାବରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ପ୍ରଦେଶ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ବଢିବାରେ ଲାଗିଛି । କିଏ ହେବ ମୁଖ୍ୟମନ୍ତ୍ରୀ ଚେହେରା, ତାହାକୁ ନେଇ ଦଳରେ ଟଣା ଓଟରା ଚାଲିଛି । ଫଳରେ ଏହାକୁ ନେଇ କଂଗ୍ରେସ ହାଇକମାଣ୍ଡ ଚିନ୍ତାରେ ପଡ଼ିଯାଇଛି ।

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ଉଭୟ ନବଜ୍ୟୋତ ସିଂ ସିଦ୍ଧୁ ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚନ୍ନି ପ୍ରମୁଖ ଦାବିଦାର ଥିବାବେଳେ ଏବେ ବରିଷ୍ଠ କଂଗ୍ରେସ ନେତା ସୁନୀଲ ଝାକର ବି କେତେକ ଆଡୁଆ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ଗତ ବର୍ଷ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇନଥିଲା । ହିନ୍ଦୁ ବୋଲି ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇନଥିଲା । ତେବେ ଏଥର ସେ ମୁୁଖ୍ୟମନ୍ତ୍ରୀ ଚେହେରା ଦୌଡ଼ରେ ନାହାନ୍ତି ।

ପଞ୍ଜାବ ଏକ ଧର୍ମନିରପେକ୍ଷ ରାଜ୍ୟ ହୋଇଥିଲେ ବି ଦିଲ୍ଲୀରେ ହାଇକମାଣ୍ଡଙ୍କୁ ପରାମର୍ଶ ଦିଆଗଲା ଯେ ପଞ୍ଜାବରେ କେବଳ ଶିଖ ହିଁ ମୁଖ୍ୟମନ୍ତ୍ରୀ ହେବେ । ଏଣୁ ଦିଲ୍ଲୀରେ ହାଇକମାଣ୍ଡଙ୍କୁୁ ଭୁଲ ପରାମରର୍ଶ ଦିଆଯାଇଥିଲା ।

ଏହା ପୂର୍ବରୁ ଆଜି ସେ କହିଥିଲେ ଯେ କ୍ୟାପଟେନ ଅମରିନ୍ଦର ସିଂ ଇସ୍ତଫା ଦେବା ପରେ ସେ ହିଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରମୁଖ ଦାବିଦାର ଥିଲେ । ଦଳର ୪୨ ଜଣ ବିଧାୟକ ତାଙ୍କ ସମର୍ଥନରେ ଥିଲେ । ସେହିପରି ୧୬ ଜଣ ବିଧାୟକ ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂ ରନ୍ଧାଓ୍ବାଙ୍କ ସପକ୍ଷରେ ଥିଲେ । କିନ୍ତୁ ସିଦ୍ଧୁଙ୍କ ସପକ୍ଷରେ ମାତ୍ର ୬ ଓ ଚନ୍ନିଙ୍କ ସପକ୍ଷରେ ମାତ୍ର ୨ ଜଣ ବିଧାୟକ ଥିଲେ । କିନ୍ତୁ ହାଇକମାଣ୍ଡ ଚନ୍ନିଙ୍କୁ ବାଛିଥିବାରୁ ଝାକର ଅସନ୍ତୋଷ ପ୍ରକଟ କରିଛନ୍ତି ।

 

ସମ୍ବନ୍ଧିତ ଖବର