ପଞ୍ଜାବ ଟ୍ରେନ୍‌ ଦୁର୍ଘଟଣା: ରେଳବାଇ ପକ୍ଷରୁ ହେଲପ୍‌ଲାଇନ୍‌ ନମ୍ବର ଜାରି

ଚଣ୍ଡିଗଡ଼: ପଞ୍ଜାବର ଅମୃତସର ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଟ୍ରେନ୍‌ ଦୁର୍ଘଟଣା ପରେ ଭାରତୀୟ ରେଳବାଇ ପକ୍ଷରୁ ହେଲପ୍‌ଲାଇନ୍‌ ଜାରି କରାଯାଇଛି। ହେଲପ୍‌ଲାଇନ୍‌ ଟେଲିଫୋନ୍‌ ନମ୍ବର ଗୁଡ଼ିକ ଏହି ଆଧାରରେ ଜାରି କରାଯାଇଛି।

ମନଓ୍ଵାଲା ରେଲେଓ୍ଵ ଷ୍ଟେସନ ରେଳବାଇ: ୭୩୩୨୫, ବିଏସ୍‌ଏନ୍‌ଏଲ୍‌- ୦୧୮୩-୨୪୪୦୦୨୪
ପାଓ୍ଵାର କ୍ୟାବିନ୍‌: ଏଏସ୍‌ଆର୍‌ ରେଳବାଇ: ୭୨୮୨୦, ବିଏସ୍‌ଏନ୍‌ଏଲ୍‌-୦୧୮୩-୨୪୦୨୯୨୭
ବିଜୟ ସୋହତା, ଏସ୍‌ଏସ୍‌ଇ: ୭୯୮୬୮୯୭୩୦୧
ବିଜୟ ପଟେଲ, ଏସ୍‌ଏସ୍‌ଇ: ୭୯୭୩୬୫୭୩୧୬

ଜଣେ ପ୍ରତକ୍ଷ୍ୟଦର୍ଶୀ କହିଛନ୍ତି ଯେ, ମହୋତ୍ସବ ପାଇଁ ଅନୁମତି ନିଆଯାଇ ନଥିଲା। ସମାରୋହରେ ପଞ୍ଜାବର ମନ୍ତ୍ରୀ ନଭଜ୍ୟୋତ ସିଂହ ସିଦ୍ଧୁଙ୍କ ସ୍ତ୍ରୀ ମୁଖ୍ୟ ଅତିଥି ଥିଲେ। ଦୁର୍ଘଟଣା ଯେଉଁ ସମୟରେ ଘଟିଥିଲା ମୁଖ୍ୟ ଅତିଥି ଭାଷଣ ଦେଉଥିଲେ।

ପଞ୍ଜାବ ଡିଏମ୍‌ୟୁ ଟ୍ରେନ୍‌ ୭୪୯୪୩ ଦୁର୍ଘଟଣା ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରେଳମନ୍ତ୍ରୀ ପୀୟୁଷ ଗୋୟଲ, କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଶୋକ ଜଣାଇଛନ୍ତି।

ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୫୦ ଟପିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ରେଳ ଧାରଣା ଉପରେ ରାବଣ ପୋଡ଼ି ଦେଖୁଥିବା ବେଳେ ଲୋକଙ୍କ ଉପରେ  ଡିଏମ୍‌ୟୁ ଟ୍ରେନ୍‌  ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିବା ସୂଚନା ମିଳିଛି। ତେବେ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି। ଟ୍ରେନ୍‌ଟି ପଠାନକୋଟରୁ ଅମୃତସର ଯାଉଥିବା ଥିବା ବେଳେ  ଗୌଡ଼ା ବଜାରରେ ରାବଣ ପୋଡ଼ି ଆୟୋଜନ ସ୍ଥଳରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି।

ସମ୍ବନ୍ଧିତ ଖବର