ଚଣ୍ଡୀଗଡ଼: ପଞ୍ଜାବର ପ୍ରସିଦ୍ଧ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ଦିଲ୍ଲୀ ଏବଂ ପଞ୍ଜାବର ଗ୍ୟାଙ୍ଗଷ୍ଟରମାନଙ୍କୁ ପଚରାଉଚରା କରୁଛି ପୁଲିସ। ଗତକାଲି ତିହାର ଜେଲରେ ବନ୍ଦୀ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ୫ଦିିନ ରିମାଣ୍ଡରେ ନେଇଥିଲା ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ। ମୁସେୱାଲଙ୍କୁ ହତ୍ୟା କରାଯିିବା ଘଟଣାରେ ପଚରାଉଚରା ପାଇଁ ତାଙ୍କୁ ରିମାଣ୍ଡରେ ନିଆଯାଇଥିଲା। ସ୍ୱତନ୍ତ୍ର ସେଲର ପଚରାଉଚରା ବେଳେ ଏବେ ଏକ ବଡ଼ ଖୁଲାସା କରିଛି ଲରେନ୍ସ। ସୂଚନାନୁସାରେ, ମୁସେୱାଲଙ୍କ ହତ୍ୟା ପଛରେ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଆରମ୍ଭ ହୋଇଥିବା ବନ୍ଧୁତା ରହିଥିବା ସାମ୍ନାକୁ ଆସିଛି।
ପଚରାଉଚରା ବେଳେ ଜଣାପଡ଼ିଛି ଯେ, ବିକି ମୁଥୁଖେଡା, ଗୋଲ୍ଡି ବ୍ରାର ଓ ଲରେନ୍ସ ବିଷ୍ଣୋଇ ସାଙ୍ଗ ହୋଇ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ସେବେଠାରୁ ୩ଜଣଙ୍କର ଅତୁଟ ବନ୍ଧୁତା ଆରମ୍ଭ ହୋଇଥିଲା। ୩ଜଣ ଛାତ୍ର ରାଜନୀତିରେ ସକ୍ରିୟ ଚେହେରା ଥିଲେ। ୩ଜଣ ପରସ୍ପରକୁ ୨୦୦୫ରୁ ୨୦୧୦ ମଧ୍ୟରେ ଭେଟିବା ପରେ ସେଠାରୁ ସେମାନଙ୍କ ବନ୍ଧୁତା ଆରମ୍ଭ ହୋଇଥିଲା। ପରେ ବିିକି ମୁଥୁଖେଡା ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ବାହାରି ଅକାଳୀ ଦଳର ଯୁବ ସଂଗଠନରେ ଯୋଗ ଦେଇଥିଲେ ଏବଂ ପଞ୍ଜାବରେ ଜଣେ ଲୋକପ୍ରିୟ କଣ୍ଠଶିଳ୍ପୀ ଭାବେ ଖ୍ୟାତି ଅର୍ଜନ କରିଥିଲେ। ହେଲେ ଅଗଷ୍ଟ ୨୦୨୧ରେ ତାଙ୍କର ହତ୍ୟା କରାଯାଇଥିଲା। ମୃତ୍ୟୁ ପରେ ତାଙ୍କ ବନ୍ଧୁ ଗୋଲ୍ଡି ବ୍ରାର ଓ ଲରେନ୍ସ ତାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଶପଥ କରିଥିଲେ। ଏହି କାରଣରୁ ମୁସେୱାଲାଙ୍କୁ ହତ୍ୟା କରାଯାଇଥିବା ଲନନ୍ସେ ପୁଲିସ ଆଗରେ କହିଥିବା ନେଇ ସୂଚନା ମିଳୁଛି।
/sambad/media/post_attachments/96cd3b040045c92572f0e1b9d4ebe7bcf4966646584cd2c77450b557cbf76f95.jpg)
ବିକି ମୁଥୁଖେଡାଙ୍କ ହତ୍ୟା ପଛରେ ସିଦ୍ଧୁ ମୁସେୱାଲାଙ୍କ ମ୍ୟାନେଜର ଶଗନ୍ ପ୍ରୀତ ସିଂଙ୍କ ହାତ ଥିବା ସାମ୍ନାକୁ ଆସିଥିଲା। ​​ଏହା ସହ ବିକିଙ୍କୁ ହତ୍ୟା କରିବାର ଷଡଯନ୍ତ୍ର ଶଗନ୍ ପ୍ରୀତଙ୍କ କାର୍ଯ୍ୟାଳୟରେ ହୋଇଥିଲା ବୋଲି ଜଣାପଡ଼ିଥିଲା। ବିକିଙ୍କୁ ହତ୍ୟା କରାଯିବା ପରେ ଶଗନ୍ ବିଦେଶ ଚାଲିଯିବା ସହ ରାଜନୀତିରେ ପ୍ରବେଶ କରିବା ପାଇଁ ମୁସେୱାଲା ଶାଗନ୍ ପ୍ରୀତଙ୍କୁ ସାହାଯ୍ୟ କରିଥିଲେ। କେବଳ ଏହି କାରଣ ପାଇଁ ମୁସେୱାଲାଙ୍କୁ ଗୋଲ୍ଡି ବ୍ରାର ଓ ଲରେନ୍ସ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା କଥା ଲରେନ୍ସ ପୁଲିସକୁ କହିଥିବା ସାମ୍ନାକୁ ଆସିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/Lawrence-on-Moose-Wala-Death-Case_Thumbnail.jpg)