ନୂଆଦିଲ୍ଲୀ: ମାନସା ଜିଲ୍ଲାରେ କଂଗ୍ରେସ ନେତା ତଥା ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁଜ୍ ୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଗୁଳିକାଣ୍ଡରେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ଆହତ ତିନି ଜଣଙ୍କୁ ମାନସା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଜ୍ ୱାଲା ଏବଂ ତାଙ୍କର ଦୁଇ ବନ୍ଧୁ ପଞ୍ଜାବର ନିଜ ଗ୍ରାମ ମାନସା ଅଭିମୁଖେ ଯାଉଥିବାବେଳେ ଏହି ଆକ୍ରମଣ ହୋଇଥିଲା। ଶୁଭଦୀପ ସିଂ ସିଦ୍ଧୁ ପଞ୍ଜାବୀ କଣ୍ଠଶିଳ୍ପୀ ଭାବରେ ସିଦ୍ଧୁ ମୁଜ୍ ୱାଲା ନାଁରେ ଲୋକପ୍ରିୟ ହୋଇଥିଲେ। ପଞ୍ଜାବ ସରକାର ମୁଜ୍ ୱାଲା ସମେତ ୪୨୪ଜଣଙ୍କ ସୁରକ୍ଷା ପ୍ରତ୍ୟାହାର କରିବାର ଗୋଟିଏ ଦିନ ପରେ ଏହି ଘଟଣା ଘଟିଛି।

Advertisment

ପଞ୍ଜାବୀ କଣ୍ଠଶିଳ୍ପୀ ତଥା କଂଗ୍ରେସ ନେତା ସିଦ୍ଧୁ ମୁଜ୍ ୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗାୟକ ସିଦ୍ଧୁ ମୁଜ୍ ୱାଲା ଅକାଲୀ ନେତା ବିକ୍କୁ ମିଦୁଖେଡାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା। ଗତ ବର୍ଷ ନଭେମ୍ବରରେ ମୁଜ୍ ୱାଲା କଂଗ୍ରେସରେ ଯୋଗ ଦେଇଥିଲେ। ମୁଜ୍ ୱାଲା କଂଗ୍ରେସ ଟିକେଟରେ ମାନସାରୁ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତାଙ୍କୁ ଆମ୍ ଆଦମୀ ପାର୍ଟିର ଡକ୍ଟର ବିଜୟ ସିଙ୍ଗଲା ପରାସ୍ତ କରିଥିଲେ।

पंजाबी सिंगर सिद्धू मूसेवाला की गोली मारकर हत्या, हाल ही सरकार ने हटाई थी उनकी सुरक्षा ndtv

ତେବେ ପଞ୍ଜାବର ଭଗୱନ୍ତ ମ‌ାନ୍ ସରକାର ଗତକାଲି ଅର୍ଥାତ୍ ଶନିବାର ଦିନ ୪୨୪ ଜଣ ଭିଆଇପିଙ୍କ ସୁରକ୍ଷା ପ୍ରତ୍ୟାହାର କରିଥିଲେ। ଯେଉଁମାନଙ୍କର ସୁରକ୍ଷା ପ୍ରତ୍ୟାହାର କରାଯାଇଥିଲା ସେମାନଙ୍କ ମଧ୍ୟରେ ଅନେକ ଅବସରପ୍ରାପ୍ତ ଅଧିକାରୀ ଏବଂ ପୂର୍ବତନ ବିଧାୟକ ଥିଲେ। ଏହାପୂର୍ବରୁ ଏପ୍ରିଲରେ ପଞ୍ଜାବ ସରକାର ପୂର୍ବତନ ମନ୍ତ୍ରୀ ଓ ନେତାଙ୍କ ସମେତ ୧୮୪ଜଣଙ୍କ ସୁରକ୍ଷା ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ।