ଆଗ୍ରା: ବିନା ଟିକିଟ୍ରେ ଏକ୍ସପ୍ରେସ୍ ଟ୍ରେନ୍ରେ ଯାତ୍ରା କରୁଥିବା ଗୋଟାଏ ୪୫ ଦିନର ପାକିସ୍ତାନୀ ବୁଲି ବ୍ରିଡ୍ କୁକୁରଛୁଆ ରେଳକର୍ମଚାରୀଙ୍କ ହାତରେ ଧରାପଡ଼ି ଅର୍ଥଦଣ୍ଡରେ ଦଣ୍ଡିତ ହୋଇଛି। ଶନିବାର ଏବଂ ରବିବାର ମଧ୍ୟରାତ୍ରୀରେ ସରକାରୀ ରେଳବାଇ ପୁଲିସ ଆଗ୍ରା ଜିଆର୍ପିକୁ ସୂଚନା ଦେଲା କି, ଦିଲ୍ଲୀରୁ ହାଇଦ୍ରାବାଦ ଯାଉଥିବା ଦକ୍ଷିଣୀ ଏକ୍ସପ୍ରେସ୍ର ପ୍ୟାଣ୍ଟ୍ରିକାର୍ରେ ଜଣେ ଯାତ୍ରୀ ଗୋଟାଏ କୁକୁରଛୁଆ ନେଇ ଯାଉଛନ୍ତି। ରାତି ୨ଟା ୧୫ ମିନିଟ୍ରେ ଟ୍ରେନ୍ ଆଗ୍ରା କ୍ୟାଣ୍ଟ୍ରେ ପହଞ୍ଚିବା ପରେ ସେ ଯାତ୍ରୀ ଓ କୁକୁରଛୁଆକୁ ଅଟକ ରଖା ଯାଇଥିଲା।
୩୩୦୦ ଟଙ୍କା ଦିଆଯାଇ ହରିୟାନାରୁ କିଣା ଯାଇଥିବା କୁକୁରଛୁଆଟିକୁ ସେ ତତ୍ତ୍ୱାବଧାରକ ଯାତ୍ରୀ ତା’ର ମାଲିକ ହାଇଦ୍ରାବାଦସ୍ଥିତ ଜଣେ ରିୟଲ୍ ଇଷ୍ଟେଟ୍ ଡେଭଲପର୍ଙ୍କ ପାଖକୁ ନେଉଥିଲେ। ସେ କହିଲେ କି, କୁକୁରଛୁଆ ପାଇଁ ଟିକିଟ୍ କରିବାକୁ ସେ ଭୁଲି ଯାଇଥିଲେ। ଦଣ୍ଡସ୍ୱରୂପ ଆଗ୍ରା କ୍ୟାଣ୍ଟ୍ର ଟିଟିଇ ତତ୍ତ୍ୱବଧାରକଙ୍କ ଉପରେ ୫୭୫ ଟଙ୍କା ଜରିମାନ ପକାଇଥିଲେ। ସେଥିରେ ମିଶିଥିଲା ଟିକିଟ୍ ନ ଥିବା କୁକୁରଛୁଆ ପାଇଁ ଟ. ୨୭. ୩୦ ପ. ଜିଏସ୍ଟି।
ଆଗ୍ରା କ୍ୟାଣ୍ଟ୍ ଜିଆର୍ପିର ଏସ୍ଓ ଅଶ୍ୱିନୀ କୌଶିକ କହନ୍ତି: କୁକୁରଛୁଆର ତତ୍ତ୍ୱାବଧାରକ ନିଜ ପାଇଁ ସାଧାରଣ ବର୍ଗର ଟିକିଟ୍ କରିଥିଲେ, କିନ୍ତୁ କୁକୁରଛୁଆ ପାଇଁ ଟିକିଟ୍ କରି ନ ଥିଲେ। ତା’ଛନା ସେ ପ୍ୟାଣ୍ଟ୍ରିକାର୍ରେ ଯାଉଥିଲେ।