ନୂଆଦିଲ୍ଲୀ : ପୁରୀ-କୋଣାର୍କ ମଧ୍ୟରେ ପ୍ରସ୍ତାବିତ ୩୦ କିଲୋମିଟର ନୂଆ ରେଳ ଲାଇନ ନିର୍ମାଣ ସର୍ଭେ କାର୍ଯ୍ୟ ଶେଷ ହୋଇଛି। ଆଜି ଲୋକସଭାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି। ଅଣତାରକା ପ୍ରଶ୍ନ ଜରିଆରେ ବିଜେଡି ସାଂସଦ ପିନାକୀ ମିଶ୍ର ପୁରୀ-କୋଣାର୍କ ନୂଆ ରେଳ ଲାଇନ ନିର୍ମାଣର ସ୍ଥିତି ସଂପର୍କରେ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ଠାରୁ ଉତ୍ତର ଲୋଡ଼ିଥିଲେ। ମନ୍ତ୍ରୀଙ୍କ ସୂଚନା ହେଲା, ଏହି ନୂଆ ରେଳ ଲାଇନ ନିର୍ମାଣ ପାଇଁ ୭୨୫.୭୮ କୋଟି ଟଙ୍କା ବ୍ୟୟ ଆକଳନ କରାଯାଇଛି। ସର୍ଭେ ରିପୋର୍ଟ ଅନୁୟାୟୀ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ଖର୍ଚ୍ଚ ଭାଗିଦାରୀ ଓ ପ୍ରକଳ୍ପର ଆର୍ଥିକ ସାଧନଯୋଗ୍ୟତା ନିର୍ଦ୍ଧାରଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବା ଶ୍ରୀ ବୈଷ୍ଣବ ଉତ୍ତରରେ ଉଲ୍ଲେଖ କରିଛନ୍ତି।
‘ପୁରୀ-କୋଣାର୍କ ରେଳ ଲାଇନ ସର୍ଭେ ଶେଷ ହୋଇଛି’
/sambad/media/post_attachments/wp-content/uploads/2021/06/railway-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)