ନୂଆଦିଲ୍ଲୀ : ପୁରୀ ପଞ୍ଜାବୀ ମଠ ଉଚ୍ଛେଦ ମାମଲାରେ କ୍ଷତିପୂରଣ ପ୍ରଦାନକୁ ନେଇ ୨୦୧୩ ଜମି ଅଧିଗ୍ରହଣ ଆଇନ ଉଚିତ ଭାବେ ପାଳନ ହେଉଛି କି ନାହିଁ ସେଥିନେଇ ସୁପ୍ରିମକୋର୍ଟରେ ପଞ୍ଜାବୀ ମଠ ପକ୍ଷରୁ ଏକ ଅନ୍ତରୀଣ ଆବେଦନ କରାଯିବ। ଅନ୍ତରୀଣ ଆବେଦନ ସପ୍ତାହ ଭିତରେ ଦାଖଲ କରାଯାଇ ଖଣ୍ଡପୀଠଙ୍କୁ ୨୦୧୩ ଜମି ଅଧିଗ୍ରହଣ ଆଇନ ଅନ୍ତର୍ଗତ କ୍ଷତିପୂରଣ ପ୍ରଦାନ ସମ୍ପର୍କିତ ନିର୍ଦ୍ଦେଶ ଦେବା ପାଇଁ ପ୍ରାର୍ଥନା କାରଯିବ ବୋଲି ମଠ ପକ୍ଷରୁ ମାମଲାର ପରିଚାଳନ କରୁଥିବା ଆଇନଜୀବୀ ସୁବି ଦତ୍ତ ସୂଚନା ଦେଇଛନ୍ତି। ପୂର୍ବରୁ ପୁରୀ ଜିଲ୍ଲାପାଳଙ୍କ ବିରୋଧରେ ପଞ୍ଜାବୀ ମଠ ପକ୍ଷରୁ ଦାଖଲ କରାଯାଇଥିବା ଅଦାଲତ ଅବମାନନା ପିଟିସନକୁ ଆଜି ପ୍ରତ୍ୟାହାର କରି ନିଆଯାଇଛି। ଆଜି ସୁପ୍ରିମକୋର୍ଟର ବିଚାରପତି ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠରେ ଅଦାଲତ ଅବମାନନା ଶୁଣାଣି ପାଇଁ ତାଲିକାଭୂକ୍ତ କରାଯାଇଥିବା ବେଳେ ଏହା ହୋଇ ପାରିନଥିଲା। ପରବର୍ତ୍ତୀ ସମୟରେ ଏହି ପିଟିସନକୁ ପ୍ରତ୍ୟାହାର କରି ନିଆଯାଇଥିଲା। ଉଲ୍ଲେଖଯୋଗ୍ୟ ଶ୍ରୀମନ୍ଦିର ଚାରିକଡ଼େ ୭୫ ମିଟର ପରିଧିରେ ଅନ୍ୟାନ୍ୟ ମଠ ସହ ପଞ୍ଜାବୀ ମଠ ଉଚ୍ଛେଦ କରାଯାଇଥିଲା। ହେଲେ କ୍ଷତିପୂରଣ ମାମଲାରେ ୨୦୧୩ର ଜମି ଅଧିଗ୍ରହଣ ଆଇନ ଅନୁସାରେ ପଞ୍ଜାବୀ ମଠର ମାମଲାକୁ ବିଚାର କରାଯାଇନଥିଲା। ଅପରପକ୍ଷେ ରାଜ୍ୟ ସରକାରଙ୍କ ଦ୍ବାରା ୨୦୧୫ରେ ବିକଳ୍ପ ପ୍ରକ୍ରିୟା ଅନ୍ତର୍ଗତ କ୍ଷତିପୂରଣ ନିର୍ଦ୍ଧାରଣ କାରଯାଇଥିଲା। ସୁପ୍ରିମକୋର୍ଟର ୨୦୧୯ ମସିହା ଅଗଷ୍ଟ ୨୭ର ଆଦେଶକୁ ଏହା ଉଲ୍ଲଂଘନ କରୁଛି ବୋଲି ପୁରୀ ପଞ୍ଜାବୀ ମଠ ଦ୍ବାରା ପୁରୀ ଜିଲ୍ଲାପାଳଙ୍କ ବିରୋଧରେ ଅଦାଲତ ଅବମାନନା ମାମଲ ରୁଜୁ କରାଯାଇଛି। ସୁପ୍ରିମକୋର୍ଟ ୨୦୧୯ ଅଗଷ୍ଟ ୨୭ରେ ମଠ ଉଚ୍ଛେଦ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଜମି ଅଧିଗ୍ରହଣ ଆଇନ ଅନୁସାରେ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପୁରୀ ଜିଲ୍ଲାପାଳ ଜାଣିଶୁଣି ସୁପ୍ରିମକୋର୍ଟର ୨୦୧୯ ଅଗଷ୍ଟ ୨୭ ଆଦେଶକୁ ପାଳନ କରିନଥିବାରୁ ତାଙ୍କ ବିରୋଧରେ ପଞ୍ଜାବୀ ମଠ ପକ୍ଷରୁ ଅଦାଲତ ଅବମାନନା ମାମଲା ରୁଜୁ କରାଯାଇଥିଲା। ହେଲେ ଆଜି ମାମଲା ପ୍ରତ୍ୟାହାର କରି ନିଆଯିବା ପରେ ଅନ୍ତରୀଣ ଆବେଦନ ଦାଖଲ କରାଯିବ ବୋଲି ମଠ ପକ୍ଷରୁ ମାମଲାର ପରିଚାଳନା କରୁଥିବା ଓକିଲ ସୂଚନା ଦେଇଛନ୍ତି।
ମଠ ଉଚ୍ଛେଦ ମାମଲା: ପୁରୀ ପଞ୍ଜାବୀ ମଠ ଦ୍ବାରା ଦାଖଲ କରାଯିବ ଅନ୍ତରୀଣ ଆବେଦନ
/sambad/media/post_attachments/wp-content/uploads/2020/01/puri-panjabi-math.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)