ଶ୍ରୀମନ୍ଦିର ପରିଚାଳନା ଦାୟିତ୍ବ କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର ମାମଲା : ସୁପ୍ରିମକୋର୍ଟରେ ରିଟ୍‌ ପିଟିସନ୍‌ ଖାରଜ

ନୂଆଦିଲ୍ଲୀ : ଶ୍ରୀମନ୍ଦିର ପରିଚାଳନା ଦାୟିତ୍ବ କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରାଯିବା ନେଇ ଇଣ୍ଟର କଣ୍ଟିନେଣ୍ଟାଲ୍‌ ଆସୋସିଏସନ୍‌ ଅଫ୍‌ ଲୟର୍ସ ସଂସ୍ଥା ଦ୍ବାରା ଦାଖଲ କରାଯାଇଥିବା ରିଟ୍‌ ପିଟିସନ୍‌କୁ ଆଜି ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ରଂଜନ ଗୋଗଇ ଓ ବିଚାରପତି ସଂଜୀବ ଖାନ୍ନାଙ୍କ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ସଂସ୍ଥା ପକ୍ଷରୁ ଦାଖଲ କରାଯାଇଥିବା ରିଟ୍‌ ପିଟିସନ୍‌ରେ ରତ୍ନଭଣ୍ଡାର ଖୋଲାଯିବା ଇ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ଗଠନ କରାଯିବ। ରତ୍ନଭଣ୍ଡାରର ବର୍ତ୍ତମାନର ସ୍ଥିତି ଓ ନିର୍ମାଣ କାର୍ଯ୍ୟ, ୧୯୫୨ରୁ ବର୍ତ୍ତମାନ ପର୍ଯ୍ୟନ୍ତ ମନ୍ଦିରକୁ ମିଳୁଥିବା ଦାନ ଦକ୍ଷିଣାର ସଠିକ୍‌ ଆକଳନ ତଥା ଦାନ ଓ ଦକ୍ଷିଣାର ଅର୍ଥ ସୁରକ୍ଷିତ ଅଛି କି ନା’ ଏବଂ ଜଗନ୍ନା‌ଥଙ୍କ ଜମିକୁ ବିକ୍ରି କରାନଯିବା ନେଇ ଆଦେଶ ଜାରି କରିବାପାଇଁ ଉଲ୍ଲେଖ କରାଯାଇଥିଲା। ତେବେ ଓକିଲ ଦେବାଶିଷ ମିଶ୍ରଙ୍କ ଦ୍ବାରା ସଂସ୍ଥା ପକ୍ଷରୁ ଦାଖଲ କରାଯାଇଥିବା ରିଟ୍‌ ପିଟିସନ୍‌କୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।

ସମ୍ବନ୍ଧିତ ଖବର