ଶ୍ରୀମନ୍ଦିର ଅବ୍ୟବସ୍ଥା ପ୍ରସଙ୍ଗ : ଅନ୍ତରୀଣ ରିପୋର୍ଟ ଦାଖଲ କଲେ ସରକାର

ନୂଆଦିଲ୍ଲୀ : ଶ୍ରୀମନ୍ଦିର ଅବ୍ୟବସ୍ଥା ନେଇ ରାଜ୍ୟ ସରକାର ଆଜି ସୁପ୍ରିମକୋର୍ଟରେ ଅନ୍ତରୀଣ ରିପୋର୍ଟ ଦାଖଲ କରିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଭାରତବର୍ଷର ସବୁ ପ୍ରମୁଖ ମନ୍ଦିର ବୁଲି ଅନୁଧ୍ୟାନ କରି ରିପୋର୍ଟ ଦେବା ଲାଗି କୋର୍ଟ ଯେଉଁ ନିର୍ଦେଶ ଦେଇଥିଲେ, ତା ଆଧାରରେ ଗତ ୧୧ ତାରିଖ ଦିନ ଏକ କମିଟି ଗଠନ କରାଯାଇଛି। ହେଲେ ଏବେ ରଥଯାତ୍ରା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏଣୁ ଜୁଲାଇ ୧୪ ତାରିଖ ପରେ କମିଟି ବିଭିନ୍ନ ମନ୍ଦିର ବୁଲି ସ୍ଥିତି ଅନୁଧ୍ୟାନ କରିବେ। ଏହା ପରେ କୋର୍ଟଙ୍କ ନିକଟରେ ଚୂଡାନ୍ତ ରିପୋର୍ଟ ଦାଖଲ ହେବ।

ଉଲ୍ଲେଖଥାଉକି, ସୁପ୍ରିମକୋର୍ଟ ଶ୍ରୀମନ୍ଦିର ଅବ୍ୟବସ୍ଥା ସଂକ୍ରାନ୍ତ ଜନସ୍ୱାର୍ଥ ମାମଲା ଶୁଣାଣି କରିଥିଲେ। ଜଷ୍ଟିସ ଏ କେ ଗୋୟଲ, ଜଷ୍ଟିସ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ତିନି ରିପୋର୍ଟ ମାଗିଥିଲେ। ଏ ମଧ୍ୟରୁ ଗୋଟିକରେ କୁହାଯାଇଥିଲା ଯେ ରାଜ୍ୟ ସରକାର ଏକ କମିଟି ଗଠନ କରିବେ ଓ ଦେଶର ପ୍ରମୁଖ ମନ୍ଦିର ଯେମିତିକି ବୈଷ୍ଣୋ ଦେବୀ, ସୋମନାଥ ମନ୍ଦିର, ଅମୃତସରର ସ୍ୱର୍ଣ୍ଣ ମନ୍ଦିର, ତିରୁପତି ମନ୍ଦିର ଆଦିର ସେମାନେ ଅନୁଧ୍ୟାନ କରି ଶ୍ରୀମନ୍ଦିରରେ କେଉଁ ସବୁ ପରିବର୍ତ୍ତନର ଆବଶ୍ୟକତା ରହିଛି, ସେ ନେଇ ସୁପାରିସ କରିବେ। ରାଜ୍ୟ ସରକାର ଯେଉଁ କମିଟି ଗଠନ କରିବେ, ସେହି କମିଟି ମଧ୍ୟ ଜୁନ୍‌ ୩୦ ତାରିଖ ସୁଦ୍ଧା ତାଙ୍କର ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର