ସୁପ୍ରିମ୍‌ କୋର୍ଟରେ ନରସିଂହ ପୂଜ‌ାପଣ୍ଡାଙ୍କ ଇଚ୍ଛାମୃତ୍ୟୁ ଆବେଦନ

ନୂଆଦିଲ୍ଲୀ : ସୁପ୍ରିମ୍‌ କୋର୍ଟଙ୍କ ଦାନଦକ୍ଷିଣା ବନ୍ଦ ସମ୍ପର୍କିତ ପ୍ରସ୍ତାବରେ ଅସନ୍ତୋଷ ବ୍ୟକ୍ତ କରି ପୁରୀ ଶ୍ରୀମନ୍ଦିର ସେବକ ନରସିଂହ ପୂଜାପଣ୍ଡା ଆଜି ସୁପ୍ରିମ୍‌ କୋର୍ଟ ରେଜିଷ୍ଟ୍ରିରେ ଇଚ୍ଛାମୃତ୍ୟୁ ଆବେଦନ ଦାଖଲ କରିଛନ୍ତି। ଆଜି ଶ୍ରୀମନ୍ଦିର ମାମଲାର ଶୁଣାଣି ସମୟରେ ନରସିଂହ ପୂଜାପଣ୍ଡା କୋର୍ଟରୁମ୍‌ରେ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ପୂଜାପଣ୍ଡା କହିଛନ୍ତି, ଭକ୍ତମାନଙ୍କ ଦାନଦକ୍ଷିଣାରେ ପରିବାରର ଗୁଜୁରାଣ ମେଣ୍ଟାଉଥିଲି। ସୁପ୍ରିମ୍‌ କୋର୍ଟ କଟକଣା ଲଗାଇବା ଯୋଗୁ ପରିବାର ଚଳାଇବା କଷ୍ଟକର ହୋଇପଡୁଛି। ତୁଳସୀ ଓ ଭୋଗ ଦେବାକୁ ମଧ୍ୟ କୋର୍ଟ ମନା କରିଛନ୍ତିି। ତେଣୁ ସେ ସୁପ୍ରିମ୍‌ କୋର୍ଟରେ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଥିବା କହିଛନ୍ତି। ଉଲ୍ଲେଖଯୋଗ୍ୟ, ସୁପ୍ରିମ୍‌ କୋର୍ଟଙ୍କ ପରାମର୍ଶକ୍ରମେ ସେବାୟତଙ୍କୁ ଦିଆଯାଉଥିବା ଦାନଦକ୍ଷିଣା ଉପରେ ରୋକ ଲଗାଯାଇଥିଲା। ଏହାକୁ ନେଇ ‌େସବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା।

ସମ୍ବନ୍ଧିତ ଖବର