ପୂର୍ବତନ ଆରଜେଡି ନେତାଙ୍କ ହତ୍ୟା ଅଭିଯୋଗରେ ତେଜ୍ବସୀ ଏବଂ ତେଜପ୍ରତାପଙ୍କ ସମେତ ୬ଜଣଙ୍କ ବିରୋଧରେ ଏତଲା ରୁଜୁ

ନୂଆଦିଲ୍ଲୀ: ବିହାରରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ପୂର୍ବତନ ଆରଜେଡି ନେତା ଶକ୍ତି ମଲିକଙ୍କ ହତ୍ୟା ମାମଲାରେ ବିହାର ପୁଲିସ ଦଳର ବରିଷ୍ଠ ନେତା ତେଜସ୍ୱୀ ଯାଦବ, ତେଜ ପ୍ରତାପ ଯାଦବ ଏବଂ ଅନିଲ କୁମାର ସାଧୁଙ୍କ ସମେତ ୬ଜଣଙ୍କ ବିରୋଧରେ ଏତଲା ରୁଜୁ କରିଛି।

ପରିବାର ପକ୍ଷରୁ ଲିଖିତ ବୟାନ ଆଧାରରେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତେଜ ପ୍ରତାପ ଯାଦବ, ଏସସିଏସଟି ସେଲର ରାଜ୍ୟ ସଭାପତି ଅନିଲ କୁମାର ସାଧୁ ପାସୱାନ, ଆରରିୟାର ଆରଜେଡି ନେତା କାଲୋ ପାସୱାନଙ୍କ ସମେତ ୬ଜଣଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି। ଏମାନେ ଷଡଯନ୍ତ୍ର କରି ଆରଜେଡି ନେତା ଶକ୍ତି ମଲିକଙ୍କୁ ହତ୍ୟା କରିଥିବା ନେଇ ପରିବାର ଲୋକେ କେହଟ୍ ପୁଲିସ ଷ୍ଟେସନରେ ଏକ ଏତଲା ରୁଜୁ କରିଛନ୍ତି। ପୂର୍ଣ୍ଣିୟା ପୁଲିସ ଅଧୀକ୍ଷକ ବିଶାଲ ଶର୍ମା ଏତଲା ରୁଜୁ ହୋଇଥିବା ନେଇ ନିଶ୍ଚିତ କରିଛନ୍ତି।

News updates from Hindustan Times: FIR registered against Tejashwi Yadav, Tej Pratap in connection with former RJD leader Anil Kumar Sadhu's murder and all the latest news - india news - Hindustan Times
Hindustan Times

ରବିବାର ସକାଳେ ଆରଜେଡିର ଅନୁସୂଚିତ ଜାତି-ଜନଜାତି ସେଲର ପୂର୍ବତନ ସଚିବ ଶକ୍ତି ମଲିକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ମୃତ ଶକ୍ତିଙ୍କ ପତ୍ନୀ ଖୁସବୁ ଦେବୀ ତେଜସ୍ୱୀ ଯାଦବ, ତେଜ ପ୍ରତାପ ଯାଦବ ଏବଂ ଅନିଲ କୁମାର ସାଧୁଙ୍କ ସମେତ ୬ଜଣଙ୍କ ବିରୋଧରେ ଏତଲା ରୁଜୁ କରିଛନ୍ତି। ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ, ଏହି ଲୋକମାନେ ଶକ୍ତିଙ୍କୁ ହତ୍ୟା କରିବାକୁ ଧମକ ଦେଉଥିଲେ।

ଶକ୍ତି ମଲିକଙ୍କୁ ରବିବାର ସକାଳେ ୩ଜଣ ଅଭିଯୁକ୍ତ ତାଙ୍କ ଘରେ ପ୍ରବେଶ କରି ଗୁଳି କରିଥିଲେ। ଶକ୍ତିଙ୍କୁ ସଦର ଡାକ୍ତରଖାନାକୁ ଅଣାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶକ୍ତି ମଲିକ ୨୦୧୯ରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ରେ ଯୋଗ ଦେଇଥିଲେ ଏବଂ ଏହା ପରେ ତାଙ୍କୁ ଦଳର ଅନୁସୂଚିତ ଜାତି-ଜନଜାତି ସେକ୍ରେଟାରି କରାଯାଇଥିଲା।

ସମ୍ବନ୍ଧିତ ଖବର