ଡେରାଡୁନ: ହାରିବା ପରେ ବି ହେଲେ ମୁଖ୍ୟମନ୍ତ୍ରୀ। ପୁଣି ମିଳିଲା ଉତ୍ତରାଖଣ୍ଡର ଦାୟିତ୍ବ। ପୁଷ୍କର ସିଂ ଧାମୀ ଦ୍ୱିତୀୟ ଥର ପାଇଁ ଆଜି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଆଜି ଡେରାଡୁନର ପରେଡ ଗ୍ରାଉଣ୍ଡରେ ଏକ ବିଶାଳ ସମାରୋହରେ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ଗୁରୁମିତ ସିଂ ତାଙ୍କୁ ପଦ ଓ ଗୋପନିୟତାର ଶପଥ ଗ୍ରହଣ କରାଇଛନ୍ତି। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଏବଂ ରାଜ୍ୟର ପୂର୍ବ ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିବା ଜଣାପଡ଼ିଛି। ୟୁପିରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିବା ଜଣାପଡ଼ିଛି।
ଧାମୀଙ୍କ ସହ ୮ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି, ସେଥିମଧ୍ୟରୁ ପାଞ୍ଚଜଣ-ସତପାଲ ମହାରାଜ, ସୁବୋଧ ଉନିୟାଲ, ଧନ ସିଂ ରାୱତ, ରେଖା ଆର୍ଯ୍ୟ ଏବଂ ଗଣେଷ ଯୋଶୀ କ୍ରମାଗତ ଦ୍ୱିତୀୟ ଥର ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଚନ୍ଦନ ରାମ ଦାସ, ସୌରଭ ବହୁଗୁଣା ଏବଂ ପ୍ରେମ ଚନ୍ଦ୍ର ଅଗ୍ରୱାଲଙ୍କୁ ପ୍ରଥମ ଥର ପାଇଁ ମନ୍ତ୍ରୀ କରାଯାଇଛି। ଶପଥ ଗ୍ରହଣ ସମାରୋହ ପୂର୍ବରୁ ପୁଷ୍କର ଧାମୀ ଆଜି ଡେରାଡୁନର ଟପକେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।
/sambad/media/post_attachments/14a034084dc165d874a52789e27274d8135e88367c21ef560d7c430382f3831a.jpg)
ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ​​ବିଜେପି ବହୁମତ ହାସଲ କରିଥିଲେ ବି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଖଟିମା ଆସନରୁ ନିର୍ବାଚନ ​​ହାରିଥିଲେ। ଏହା ପରେ ଦଳ ତାଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବ ନାହିଁ ବୋଲି ଆଶା କରାଯାଉଥିଲା। ହେଲେ ସୋମବାର ହୋଇଥିବା ବିଧାୟକ ଦଳ ବୈଠକରେ ହାରିଥିବା ପୁଷ୍କର ଧାମୀଙ୍କୁ ହିଁ ନେତା ବଛାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/t-62.jpg)