ହାଇଦ୍ରାବାଦ: ‘ପୁଷ୍ପା-୨’ର ଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ହାଇଦ୍ରାବାଦ ପୁଲିସ ଗିରଫ କରିଥିବା ବେ‌ଳେ ଆଜି ତାଙ୍କୁ ଜେଲ ହୋଇ ହୋଇଛି। ଏହି ଆକସନ ଅଲ୍ଲୁଙ୍କ ସ୍କ୍ରିନିଂ ସମୟରେ ଦଳାଚକଟାରେ ହୋଇଥିବା ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ନିଆଯାଇଛି। 

Advertisment

ଗିରଫ ପରେ ସାଉଥସୁପରଷ୍ଟାରଙ୍କ ବୟାନ ରେକର୍ଡ କରିଥିଲା ପୁଲିସ । ଏହାପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିଲା।

ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା ପରେ  ନାମପଲ୍ଲୀ କୋର୍ଟରେ ଅଲ୍ଲୁ ଅର୍ଜୁନଙ୍କୁ ହାଜର କରାଯାଇଥିଲା। ଏଠାରେ ଅଲ୍ଲୁଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ଶୁଣାଣି କରାଯାଇଥିଲା। ଏହି ଶୁଣାଣି ସମୟରେ  କୋର୍ଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତାର
୧୦୫ ଏବଂ ୧୦୮ (୧) ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି। ଧାରା ୧୦୫ ହେଉଛି ହତ୍ୟା କରିବାର ଯୋଜନା। ଏହି ଧାରା ଲାଗୁ ହେଲେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ କିମ୍ବା ଅନ୍ୟ କୌଣସି ପ୍ରକାରର କାରାଦଣ୍ଡ ସହିତ ଦଣ୍ଡିତ କରାଯାଇପାରେ, ଯାହାର ଅବଧି ପାଞ୍ଚ ବର୍ଷରୁ କମ୍ ହେବ ନାହିଁ। ଆବଶ୍ୟକ ପଡ଼ିଲେ ଏହା ଦଶ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ବି ପାଇପାରେ। ଦୋଷୀ କୁ ଜରିମାନା ବି ଦେବାକୁ ପଡ଼ିପାରେ।