ନୂଆଦିଲ୍ଲୀରେ ପହଞ୍ଚିଲେ ଋଷିଆ ରାଷ୍ଟ୍ରପତି ପୁଟିନ, ସ୍ୱାଗତ କଲେ ସୁଷମା ସ୍ୱରାଜ

ନୂଆଦିଲ୍ଲୀ : ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିିନ ଦୁଇଦିନିଆ ଭାରତ ଗ୍ରସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ ଜଣାଇଛନ୍ତି ।  ଆଉ କିଛି ସମୟ ପରେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ । ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ୧୭ତମ ଭାରତ-ଋଷିଆ ଦ୍ୱିପାକ୍ଷିକ ସମ୍ମିଳନୀରେ ଯୋଗ ଦେବାକୁ ସେ ଆସିଛନ୍ତି । ଏହି ଅବସରରେ ଉଭୟ ଦେଶ ମଧ୍ୟରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ହେବାର କାର୍ଯ୍ୟକ୍ରମ ରହିଛି । କେତେକ ସୂଚନା ଅନୁସାରେ ଭାରତ ଋଷିଆଠାରୁ ମୋଟ ୮.୫ ବିଲିୟନ ଡଲାର (ପ୍ରାୟ ୬୧ ହଜାର କୋଟି ଟଙ୍କା ) ମୂଲ୍ୟର ପ୍ରତିରକ୍ଷା କ୍ରୟ ଚୁକ୍ତି କରିପାରେ । ଏହା ମଧ୍ୟରେ ରହିଛି ବହୁ ଚର୍ଚ୍ଚିତ ଏସ-୪୦୦ ଟ୍ରିୟମ୍ଫ ମିସାଇଲ ଡିଫେନ୍ସ ସିଷ୍ଟମ । ଏହାଛଡା ଭାରତ ୪ଟି ପ୍ରୋଜେକ୍ଟ ୧୧୩୫୬ ଫ୍ରିଗେଟ,୪୮ ଏମଆଇ ୧୭ ଭି ହେଲିକାପ୍ଟର ଓ ୨୦୦ଟି କେଏ-୨୨୬ ଟି ହେଲିକାପ୍ଟର କିଣିବାକୁ ଚୁକ୍ତି କରିପାରେ । ପୁଟିନଙ୍କ ଏହି ଗ୍ରସ୍ତ ଉପରେ ଆମେରିକା, ଚୀନ ଓ ପାକିସ୍ତାନର ତୀକ୍ଷଣ ନଜର ରହିଛି ।

ସମ୍ବନ୍ଧିତ ଖବର