ପୁଟିନ-ଡୋଭାଲ ସାକ୍ଷାତ, ଦ୍ବିପାକ୍ଷିକ ସାମରିକ ସହଯୋଗକୁ ନେଇ ଆଲୋଚନା

ନୂଆଦିଲ୍ଲୀ : ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଗୁରୁବାର ମସ୍କୋରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ସେ  ବିଭିନ୍ନ ଦ୍ୱିପାକ୍ଷିକ ଏବଂ ଆଞ୍ଚଳିକ ପ୍ରସଙ୍ଗରେ ଆଲୋଚନା କରିବା ସହ ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀ ଦିଗରେ କାର୍ଯ୍ୟ ଜାରି ରଖିବାକୁ ସହମତି ପ୍ରକାଶ କରିଛନ୍ତି ।

ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ରୁଷକୁ ପାଶ୍ଚାତ୍ୟ ଦେଶମାନେ ଏକ ଘରକିଆ କରିଥିବାବେଳେ ଭାରତ ନିଜର ସମ୍ପର୍କ ଅତୁଟ ରଖିଛି ।

ଋଷରେ ଥିବା ଭାରତୀୟ ଦୂତାବାସ କହିଛି ଯେ ଦ୍ୱିପାକ୍ଷିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ତେବେ ଏ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇନାହିଁ । ବିଭିନ୍ନ ଦ୍ୱିପାକ୍ଷିକ ଏବଂ ଆଞ୍ଚଳିକ ପ୍ରସଙ୍ଗରେ ଆଲୋଚନା କରାଯାଇ ଭାରତ-ରୁଷ୍ ରଣନୈତିକ ଭାଗିଦାରୀକୁ କାର୍ଯ୍ୟକାରୀ କରିବା ଦିଗରେ କାର୍ଯ୍ୟ ଜାରି ରଖିବାକୁ ସହମତି ପ୍ରକାଶ ପାଇଛି ବୋଲି ଦୂତାବାସ ଟୁଇଟ୍ କରି କହିଛି।

ଦୂତାବାସ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଏନଏସଏ ଅଜିତ ଡୋଭାଲ ଆଫଗାନିସ୍ତାନ ଉପରେ ସୁରକ୍ଷା ପରିଷଦର ସଚିବ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ପଞ୍ଚମ ବହୁପକ୍ଷୀୟ ବୈଠକରେ ଯୋଗ ଦେବା ପାଇଁ ମସ୍କୋ ଗସ୍ତରେ ଯାଇଛନ୍ତି । ଏହି ବୈଠକରେ ରୁଷ୍ ବ୍ୟତୀତ ଭାରତ, ଇରାନ, କାଜାଖସ୍ତାନ, କିର୍ଗିଜସ୍ତାନ, ଚୀନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନ ଜାତୀୟ ସୁରକ୍ଷା ପରାମର୍ଶଦାତା ଓ ସଚିବମାନେ ଯୋଗ ଦେଇଥିଲେ ।

 

ସମ୍ବନ୍ଧିତ ଖବର