ପୁଟିନ୍‌ଙ୍କ ଅବସର ଯୋଜନା ନାହିଁ, ୮୩ ବର୍ଷ ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିବାକୁ ଲକ୍ଷ୍ୟ

ମସ୍କୋ: ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୀର୍ଘ ୨୦ ବର୍ଷ ଧରି କ୍ଷମତାରେ ରହିଥିଲେ ମଧ୍ୟ ଏବେ ତାଙ୍କର ରାଷ୍ଟ୍ରପତି ପଦରୁ ଅବସର ନେବାର କୌଣସି ଯୋଜନା ନାହିଁ। ପୁଟିନ ୨୦୩୬ ପର୍ଯ୍ୟନ୍ତ କ୍ଷମତାରେ ରହିବାକୁ ଲକ୍ଷ୍ୟ ରଖିଛନ୍ତି ଏବଂ ସେତେବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିବ। ପୁଟିନ୍‌ଙ୍କ ବର୍ତ୍ତମାନର କାର୍ଯ୍ୟକାଳ ୨୦୨୪ରେ ଶେଷ ହେବ ଏବଂ ଏହାପରେ ସେ ଆଉ ୨ଟି ୬ ବର୍ଷର କାର୍ଯ୍ୟକାଳ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଅନୁସାରେ ସମ୍ବିଧାନ ସଂଶୋଧନ କରାଇବାରେ ପୁଟିନ ସକ୍ଷମ ହୋଇଛନ୍ତି। କରୋନା ମହାମାରୀ ସମୟରେ ରୁଷ୍‌ର ଆର୍ଥିକ ସଙ୍କଟ ଏବଂ ଅନ୍ୟ ସମସ୍ୟା ପାଇଁ ପୁଟିନ୍‌ଙ୍କ ଲୋକପ୍ରିୟତା ଯଥେଷ୍ଟ କମିଥିଲେ ମଧ୍ୟ କ୍ଷମତାରେ ରହିବା ନିମନ୍ତେ ତାଙ୍କ ପାଇଁ କୌଣସି ପ୍ରତିବନ୍ଧକ ନାହିଁ।

ସମ୍ବନ୍ଧିତ ଖବର