କଟକଣା ଜାରି କଲେ ପୁଟିନ; ବାଇଡେନ୍, ଟ୍ରୁଡୁଙ୍କୁ ରୁଷ୍‌ ମନା

ଲଣ୍ଡନ୍‌ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡ଼ୁ, ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ରୁଷ୍‌ ଆସି ପାରିବେନି। ରୁଷ୍‌ ଆଜି ଏକ ‘ଷ୍ଟପ୍‌ ଲିଷ୍ଟ୍‌’ ତଥା ବାରଣ ତାଲିକା ଜାରି କରିଛି। ଆମେରିକା ପ୍ରତିରକ୍ଷା ସଚିବ ଲଏଡ ଅଷ୍ଟିନ୍‌, ସିଆଇଏ ମୁଖ୍ୟ ୱିଲିୟମ୍‌ ବର୍ନ‌୍‌ସ ଏବଂ ଆମେରିକାର ପୂର୍ବତନ ବିଦେଶ ସଚିବ ହିଲାରି କ୍ଲିଣ୍ଟନ୍‌ଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି।

ଆମେରିକା ଏବଂ କାନାଡ଼ା ରୁଷ୍‌ ବିରୋଧରେ କଟକଣା ଜୋରଦାର କରିବାପରେ ରୁଷ୍‌ ମଧ୍ୟ ଉଭୟ ରାଷ୍ଟ୍ର ବିରୋଧରେ କଟକଣା ବଢ଼ାଇଛି। ରୁଷ୍‌ ନିକଟରେ ଏକ ଶତ୍ରୁ ରାଷ୍ଟ୍ର ତାଲିକା ଜାରି କରିଥିବା ବେଳେ ଏଥିରେ ଆମେରିକା, କାନାଡ଼ା, ବ୍ରିଟେନ୍‌କୁ ରୁଷ୍‌ ପ୍ରମୁଖ ସ୍ଥାନରେ ରଖିଥିଲା। ରୁଷ୍‌ ଏବେ ପଶ୍ଚିମ ରାଷ୍ଟ୍ରମାନଙ୍କ ପାଇଁ ମଧ୍ୟ ବିଭିନ୍ନ କଟକଣା ଯୋଜନା କରିବା ସହ ରପ୍ତାନୀ ମଧ୍ୟ ବନ୍ଦ କରିଛି।

ସମ୍ବନ୍ଧିତ ଖବର