ପୁଟିନ ଅସୁସ୍ଥ ବୋଲି ଗୁଜବ କରୁଛନ୍ତି ଆମେରିକା, ବ୍ରିଟେନ ଓ ୟୁକ୍ରେନ : ରୁଷ୍

ମସ୍କୋ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁତର ଅସୁସ୍ଥ ଥିବା ନେଇ ଗତ କିଛି ମାସ ହେଲା ଅନ୍ତର୍ଜାତୀୟ ସ୍ତରରେ ଯେଉଁ ଚର୍ଚ୍ଚା ହେଉଛି ତାହାର ଅବସାନ ଘଟାଇଛି ମସ୍କୋ । ରୁଷ ସରକାର କହିଛନ୍ତି ଯେ ପୁଟିନ ସୁସ୍ଥ ଅଛନ୍ତି। ତାଙ୍କ ଅସୁସ୍ଥତା ସମ୍ପର୍କରେ ୟୁକ୍ରେନ, ଆମେରିକା ଓ ବ୍ରିଟେନ ଆଦି ଦେଶ ପକ୍ଷରୁ ଗୁଜବ କରାଯାଉଛି ।

ଏକ ଦୈନିକ ସାମ୍ବାଦିକ ସମ୍ମିଳନୀରେ ରୁଷ ସରକାରଙ୍କ ମୁଖପାତ୍ର ଡିମିଟ୍ରି ପେସକୋଭ କହିଛନ୍ତି ଯେ ରାଷ୍ଟ୍ରପତି ପୁଟିନଙ୍କ ଅସୁସ୍ଥତା ନେଇ ଯେଉଁ ଚର୍ଚ୍ଚା ହେଉଛି ସେଥିରେ କୌଣସି ସତ୍ୟତା ନାହିଁ ।

ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି,” ୟୁକ୍ରେନ, ଆମେରିକା ଓ ବ୍ରିଟେନରେ ସୁଚନା ବିଶେଷଜ୍ଞମାନେ ଗତ କିଛି ମାସ ହେଲା ରାଷ୍ଟ୍ରପତି ପୁଟିନଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ଯେଉଁ ଗୁଜବ କରୁଛନ୍ତି ସେଥିରେ କୌଣସି ସତ୍ୟତା ନାହିଁ।

ଗତ କିଛି ମାସ ଧରି ଚର୍ଚ୍ଚା ହେଉଥିଲା ଯେ ପୁଟିନ କ୍ୟାନସର ରୋଗରେ ପୀଡ଼ିତ ଓ ତାହା ଶେଷ ସ୍ତରରେ ପହଞ୍ଚିଗଲାଣି । କିନ୍ତୁ ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ମୁଖ୍ୟ ଓ୍ବିଲିୟମ ବର୍ନସ ମଧ୍ୟ ଏହାକୁ ଖଣ୍ଡନ କରିଥିଲେ । ଏହି ଖବରରେ ଆଦୌ ସତ୍ୟତା ନାହିଁ  ଓ ପୁଟିନ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ସେ କହିଥିଲେ । ଏଣୁ ଏଥିରେ ବିଶ୍ବାସ ନ କରିବାକୁ ସେ କହିଛନ୍ତି ।

ଗତ ସପ୍ତାହରେ ପୁଟିନ ଇରାନ ଗସ୍ତରେ ଯାଇ ସେଠାକାର ରାଷ୍ଟ୍ରପତି ଓ ତୁର୍କୀ ରାଷ୍ଟ୍ରପତିଙ୍କୁ ଭେଟିଥିଲେ ।

 

 

 

ସମ୍ବନ୍ଧିତ ଖବର