ୱାସିଂଟନ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ରୁଷ୍ ସ୍ବାଗତ କରିନାହିଁ। ବାଇଡେନ୍ଙ୍କୁ ଆମେରିକା ରାଷ୍ଟ୍ରପତି ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି ବୋଲି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଆଜି କହିଛନ୍ତି। ଆମେରିକାର ଜନସାଧାରଣ ଯେଉଁ ନେତାଙ୍କ ଉପରେ ଆସ୍ଥା ସ୍ଥାପନ କରିବେ ଆମେ ସେମାନଙ୍କ ସହ କାମ କରିବାକୁ ପ୍ରସ୍ତୁତ, କିନ୍ତୁ ଯେଉଁ ନେତାଙ୍କ ବିଜୟକୁ ବିରୋଧୀ ଦଳ ସ୍ବୀକାର କରୁନାହିଁ ତାହାଙ୍କୁ ଆମେ କିଭଳି ସ୍ବୀକାର କରିବୁ ବୋଲି ପୁଟିନ୍ ପ୍ରଶ୍ନ କରିଛନ୍ତି। ଏହା ସହିତ ଆମେରିକା ରାଷ୍ଟ୍ରପତି ନିର୍ବାଚନର ଆଇନଗତ ଲଢ଼େଇକୁ ମଧ୍ୟ ପୁଟିନ୍ ଉଲ୍ଲେଖ କରିଛନ୍ତି। ତେବେ ବାଇଡେନ୍ ସବୁ ବିବାଦରୁ ମୁକ୍ତ ହୋଇ କାର୍ଯ୍ୟଭାର ଗ୍ରହଣ କଲା ପରେ ହିଁ ରୁଷ୍ ତାଙ୍କୁ ଅଭିନନ୍ଦନ ଜଣାଇବ ବୋଲି ପୁଟିନ୍ କହିଛନ୍ତି।
ବାଇଡେନ୍ଙ୍କୁ ଆମେରିକା ରାଷ୍ଟ୍ରପତି ମାନିବାକୁ ପ୍ରସ୍ତୁତ ନାହାନ୍ତି ପୁଟିନ୍
/sambad/media/post_attachments/wp-content/uploads/2020/11/fhsf4hsfh4sf4h65sf465fhsfshsfhfhfhssfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)