ପୁଟିନ ଥରୁଛନ୍ତି, ଠିଆ‌ ହୋଇପାରୁନାହାନ୍ତି

ନୂଆଦିଲ୍ଲୀ: ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ବାସ୍ଥ୍ୟକୁ ନେଇ ପୁଣି ଏକ ଖବର ପ୍ରସ‌ାରିତ ହୋଇଛି। ପୁଟିନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଏକ ନୂଆ ଭିଡିଓ ଜାରି ହୋଇଛି। ଏଥିରେ ଦେଖିବାକୁ ମିଳିଛି ଯେ ପୁଟିନ ଥରୁଛନ୍ତି ଏବଂ ସେ ଠିକ୍‌ରେ ଠିଆ ମଧ୍ୟ ହୋଇପାରୁନାହାନ୍ତି। ପୁଟିନ କ୍ରେମଲିନରେ ଏକ ଉତ୍ସବରେ ଯୋଗ ଦେଇଥିବାବେଳେ ସେ ଥରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ପୁଟିନଙ୍କ ଗୋଡ଼ ଥରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି। ପୁଟିନଙ୍କ ଡାକ୍ତର ତାଙ୍କୁ ଅଧିକ ଭିଡ଼ ସ୍ଥାନକୁ ନଯିବାପାଇଁ ପରାମର୍ଶ ଦେଇଛନ୍ତି। ତେବେ ପୁଟିନଙ୍କ ସ୍ବା‌ସ୍ଥ୍ୟ ନେଇ ଜାରି ହୋଇଥିବା ଏହି ଭିଡିଓ କେତେଦୁର ସତ ତାହା ଜଣାପଡ଼ିନି। ପୂର୍ବରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ପୁଟିନ ବ୍ଲଡ୍‌ କ୍ୟାନସରରେ ପୀଡ଼ିତ ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ରହିଛି। ପୁଟିନ ମାତ୍ର ୨ରୁ ୩ ବର୍ଷ ବଞ୍ଚିବେ ବୋଲି ରିପୋର୍ଟରେ କୁହାଯାଇଥିଲା। କିନ୍ତୁ ରୁଷ୍‌ ଅଧିକାରୀମାନେ ଏହି ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଥିଲେ।

ସମ୍ବନ୍ଧିତ ଖବର