ୱାସିଂଟନ୍ : ରୁଷ୍-ୟୁକ୍ରେନ୍ ଯୁଦ୍ଧ ପରିପ୍ରେକ୍ଷୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆଜି ସବୁଠୁ ବଡ଼ ଚେତାବନୀ ଦେଇଛନ୍ତି। ରୁ୍ଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ୍ରେ ରସାୟନିକ ଏବଂ ଜୈବିକ ଅସ୍ତ୍ର ବ୍ୟବହାର ପାଇଁ ବିଚାର କରୁଛନ୍ତି ଏବଂ ସେ ଏହା ବ୍ୟବହାର କରିପାରନ୍ତି ବୋଲି ବାଇଡେନ୍ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷେ ପୁଟିନ ଆମେରିକା ବିରୋଧରେ ଆଣିଥିବା ଅଭିଯୋଗକୁ ବାଇଡେନ୍ ପ୍ରତ୍ୟାଖ୍ୟାନ କରିଛନ୍ତି। ୟୁରୋପ୍ରେ ଆମେରିକାର ଜୈବିକ ଏବଂ ରସାୟନିକ ଅସ୍ତ୍ର ଅଛି ବୋଲି ପୁଟିନ ଅଭିଯୋଗ କରିଥିଲେ। କିନ୍ତୁ ଏହା ସତ ନୁହେଁ କହି ବାଇଡେନ୍ ପୁଟିନଙ୍କ ଅଭିଯୋଗ ଖଣ୍ଡନ କରିଛନ୍ତି। ନିକଟରେ ପରମାଣୁ ଯୁଦ୍ଧ ଡ୍ରିଲ୍ ପାଇଁ ନିର୍ଦ୍ଦେଶ ଦେଇଥିବା ରାଷ୍ଟ୍ରପତି ପୁଟିନ୍ କିବ୍ ଏବଂ ମାରିୟୁପୋଲ୍ ସହରର ପୂର୍ଣ୍ଣ ନିୟନ୍ତ୍ରଣ ପାଇଁ ପ୍ରଳୟଙ୍କରୀ ପଦକ୍ଷେପ ନେଇପାରନ୍ତି ବୋଲି ମଧ୍ୟ ୟୁକ୍ରେନ୍ ଆଶଙ୍କା ବ୍ୟକ୍ତ କରିଛି। ତେବେ ରୁଷ୍ ସେନା ଲଗାତାର ଅଭିଯୋଗ କରି ଆସୁଛି ଯେ ଆମେରିକା ସହାୟତାରେ ପରମାଣୁ ଓ ଜୈବିକ ଅସ୍ତ୍ର ପ୍ରସ୍ତୁତ କରିବା ପାଇଁ ୟୁକ୍ରେନ୍ ପ୍ରସ୍ତୁତି ଚଳାଇଛି। ଏଥିପାଇଁ ୟୁକ୍ରେନ୍ର ଗୁପ୍ତ ସାମରିକ ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ଖୋଜି ଖୋଜି ଟାର୍ଗେଟ୍ କରାଯାଉଛି ।
‘ପୁଟିନ୍ ୟୁକ୍ରେନ୍ରେ ରସାୟନିକ, ଜୈବିକ ଅସ୍ତ୍ର ବ୍ୟବହାର କରିପାରନ୍ତି’
/sambad/media/post_attachments/wp-content/uploads/2022/03/putin1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)