ବାସଭବନ ପାହଚରୁ ଖସି ପଡ଼ି ମଳତ୍ୟାଗ କରି ପକାଇଲେ ପୁଟିନ୍‌: ରିପୋର୍ଟ

ନୂଆଦିଲ୍ଲୀ: ବୁଧବାର ସନ୍ଧ୍ୟା ବ‌େଳେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ମସ୍କୋସ୍ଥିତ ସରକାରୀ ବାସଭବନର ପାହଚରୁ ଖସିପଡ଼ି ମଳତ୍ୟାଗ କରିପକାଇ ଥିବା କଥା ‘ଟେଲିଗ୍ରାମ୍’ ଚାନେଲ୍‌ରୁ ଉଦ୍ଧାର କରି ‘ନ୍ୟୁୟର୍କ ପୋଷ୍ଟ୍‌’ ରି‌ପୋର୍ଟ କରିଛି। ଉକ୍ତ ‘ଟେଲିଗ୍ରାମ୍‌’ ଚାନେଲ୍‌ ପୁଟିନ୍‌ଙ୍କ ନିରାପତ୍ତା ଟିମ୍‌ ସହିତ ଜଡ଼ିତ ଥିବା ପରି ମନେହେଉଛି।

ପାଞ୍ଚଟି ପାହଚରୁ ଖସି ୭୦ ବର୍ଷିୟ ପୁଟିନ୍‌ ବସିପଡ଼ିବା ପରେ କଡ଼େଇ ପଡ଼ି ପୁଣି ଦୁଇଟି ପାହଚ ତଳକୁ ଖସି ପଡ଼ିଥିଲେ ବୋଲି ମଧ୍ୟ ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।

‘ଟେଲିଗ୍ରାମ୍‌’ ଚାନେଲ୍‌ କହିବା ଅନୁସାରେ, କର୍କଟ ରୋଗ ପୁଟିନ୍‌ଙ୍କୁ ପାକସ୍ଥଳୀ ଓ ଅନ୍ତଃନଳୀ ସଂକ୍ରମଣଜନିତ ପ୍ରଭାବ ଯୋଗୁଁ ସେ ମଳ ନିୟନ୍ତ୍ରଣ କରିପାରୁ ନାହାନ୍ତି।

ୟୁକ୍ରେନ୍‌ ଯୁଦ୍ଧ ଆରମ୍ଭ ସମୟରୁ ପୁଟିନ୍‌ଙ୍କ ସ୍ବାସ୍ଥ୍ୟ ସଂକ୍ରାନ୍ତରେ ‘ଜେନେରାଲ୍‌ ଏସ୍‌ଭିଆର୍‌’ ଚାନେଲ୍‌ ରିପୋର୍ଟ କରୁଥିଲେ ମଧ୍ୟ କୌଣସି ପ୍ରମାଣ ଦେଇ ନାହିଁ। ସେହିପରି, ପୁଟିନ୍‌ଙ୍କ ଅଙ୍ଗରକ୍ଷୀମାନଙ୍କ ସହିତ ମଧ୍ୟ ଉକ୍ତ ଚାନେଲ୍‌ର କୌଣସି ସମ୍ପର୍କ ନ ଥିବା କଥା କୁହାଯାଉଛି।

Image Courtesy of Business Standard

ତଥାପି ସଦ୍ୟତମ ରିପୋର୍ଟରେ ଉକ୍ତ ଚାନେଲ୍‌ ଲେଖିଛି, ପୁଟିନ୍‌ ଝୁଣ୍ଟିପଡ଼ି ଚିତି ହୋଇ ପଡ଼ିଯିବା ପରେ ଗୋଟେ ପଟକୁ ଗଡ଼ିଯାଇ ପୁଣି ଦୁଇଟି ପାହଚ ତଳକୁ ଖସିପଡ଼ିଲେ। ଘଟଣାଟି ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀଙ୍କ ସମ୍ମୁଖରେ ଘଟିଲା। ତେଣୁ, ସେମାନେ ପୁଟିନ୍‌ଙ୍କ ସହାୟତା ପାଇଁ ତୁରନ୍ତ ଝପଟି ଯାଇଥିଲେ। ୩ଜଣ ନିରାପତ୍ତା ରକ୍ଷୀ ପୁଟିନ୍‌ ଧରି ଧରି ନେଇ ନିକଟତମ ସୋଫାରେ ବସାଇଥିଲେ। ପରେ ସେମାନେ ପୁଟିନ୍‌ଙ୍କ ବାସଭବନରେ ଡିୟୁଟି କରୁଥିବା ଡାକ୍ତରମାନଙ୍କୁ ଡକାଇଥିଲେ।

ଅବିଳମ୍ବେ ଡାକ୍ତରମାନେ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ ବି ତୁରନ୍ତ ରାଷ୍ଟ୍ରପତି ପୁଟିନ୍‌ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ପାରି ନ ଥିଲେ। ସେମାନେ ପ୍ରଥମେ ମଳତ୍ୟାଗ କରି ପକାଇଥିବା ପୁଟିନ୍‌ଙ୍କୁ ପ୍ରଥମେ ସ୍ନାନାଗାରକୁ ନେଇ ପରିଷ୍କାର ପରିଚ୍ଛନ୍ନ କରାଇଥିଲେ।

‌‘ଡେଲି ମେଲ୍‌’ ରିପୋର୍ଟ ଅନୁସାରେ, ତା’ରେ ସେମାନେ ସମ୍ପୂର୍ଣ୍ଣ ପରୀକ୍ଷାନିରୀକ୍ଷା କରିବାରୁ ଜଣାପଡ଼ିଲା ଯେ, ପୁଟିନ୍‌ଙ୍କ ମେରୁହାଡ଼ର ଶେଷ ପ୍ରାନ୍ତର ମାଂସ ଛେଚି ଯୋଇଯିବା ସହ କିଛି ଟିସ୍ୟୁ ନଷ୍ଟ ହୋଇଛି। ତାହା ସେତେ ଗୁରୁତର ନ ହୋଇ ଥିବାରୁ, ‘ପେନ୍‌କିଲର୍‌’ ଦିଆଯାଇ ଚିକିତ୍ସା କରାଯାଇଥିଲା।

କିନ୍ତୁ, ସେ ପାହଚରୁ ଖସିପଡ଼ିବାର କାରଣ ସଂକ୍ରାନ୍ତରେ ତଦନ୍ତ ଚାଲିଛି।

ସମ୍ବନ୍ଧିତ ଖବର