ମସ୍କୋ : ରୁଷର ରାଷ୍ଟ୍ରପତି ତଥା ବିଶ୍ବର ଅନ୍ୟତମ କ୍ଷମତାଶାଳୀ ବ୍ୟକ୍ତିତ୍ବ ଭ୍ଲାଦିମିର ପୁଟିନଙ୍କୁ ହୃଦଘାତ ହୋଇଥିବା ଖବର ହସ୍ତଗତ ହୋଇଛି । କେତେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପୁଟିନଙ୍କୁ ତାଙ୍କ ବେଡରୁମରେ ଅଚେତ ଅବସ୍ଥାରେ ପାଇଥିଲେ ତାଙ୍କ ଅଙ୍ଗରକ୍ଷୀ । ଘଟଣାଟି ରବିବାର ସଂଧ୍ୟାରେ ଘଟିଥିବା ଜଣାଯାଇଛି ।

Advertisment

ରିପୋର୍ଟ ଅନୁଯାୟୀ, ୭୧ ବର୍ଷୀୟ ପୁଟିନଙ୍କୁ ତାଙ୍କ ବାସଭବନରେ ନିର୍ମିତ ଏକ ସ୍ୱତନ୍ତ୍ର ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେ ଆଇସିୟୁରେ ଥିବା ଜଣାଯାଇଛି । ତେବେ ଏହି ଘଟଣା ସଂପର୍କରେ ରୁଷ ସରକାର ଔପଚାରିକଭାବେ କୌଣସି ସୂଚନା ଦେଇନାହାନ୍ତି ।

ରୁଷର ଜଣେ ପୂର୍ବତନ ସେନା ଅଧିକାରୀଙ୍କ ଟେଲିଗ୍ରାମ ହାଣ୍ଡଲରେ ଦିଆଯାଇଥିବା ସୂଚନା ଅନୁଯାୟୀ ପୁଟିନଙ୍କ ଅଙ୍ଗରକ୍ଷୀମାନେ ତାଙ୍କ ବେଡରୁମ ଭିତରୁ କିଛି ପଡ଼ିବାର ଶବ୍ଦ  ଶୁଣିବାକୁ ପାଇବା ପରେ ତୁରନ୍ତୁ ସେଠାକୁ ଯାଇଥିଲେ । ସେଠାରେ ପୁଟିନ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ ।  ତାଙ୍କର ଟେବୁଲରେ ଖାଦ୍ୟ ଓ ପାନୀୟ ବିଛାଡ଼ି ହୋଇ ପଡ଼ିଥିଲା ।  ଏହା ପରେ ତୁରନ୍ତ ଡାକ୍ତରଙ୍କୁ ଡକାଯାଇଥିଲା ଓ ଡାକ୍ତମାନଙ୍କ ପରାମର୍ଶ ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।