ମସ୍କୋ: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ହୋଇଥିବା ଏକ ହତ୍ୟା ଉଦ୍ୟମରୁ ସେ ଅଳ୍ପକରେ ବର୍ତ୍ତି ଯାଇଛନ୍ତି। ୟୁରୋ ସାପ୍ତାହିକ ସମ୍ବାଦର ଏକ ରିପୋର୍ଟ ଅନୁଯାୟୀ ଏହି ଖବର ହସ୍ତଗତ ହୋଇଛି। ଏଥିରେ କୁହାଯାଇଛି ଯେ ବୁଧବାର ଦିନ ଜେନେରାଲ ଜିଭିଆର ଟେଲିଗ୍ରାମ ଚ୍ୟାନେଲରେ ଏହି ସୂଚନା ପ୍ରକାଶ ପାଇଛି। ଆଉଟଲେଟ୍ କିନ୍ତୁ ଆହୁରି ମଧ୍ୟ କହିଛି ଯେ ଏହି ପ୍ରୟାସ କେବେ ହୋଇଥିଲା ତାହା କିନ୍ତୁ ଜଣା ପଡିନାହିଁ।
ଚଳିତ ବର୍ଷ ଫେବ୍ରୁଆରିରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ପରଠାରୁ ରୁଷ ରାଷ୍ଟ୍ରପତି ପୁଟିନଙ୍କ ସ୍ୱାସ୍ଥ୍ୟ ଏବଂ ଜୀବନ ପ୍ରତି ବିପଦକୁ ନେଇ ଗୁଜବ ଘୂରି ବୁଲୁଛି। ଖୋଦ୍ ରାଷ୍ଟ୍ରପତି ପୁଟିନ ନିଜ ବିଷୟରେ ୨୦୧୭ରେ ସର୍ବସାଧାରଣରେ ପ୍ରକାଶ କରି କହିଥିଲେ ଯେ ସେ ଅତି କମରେ ପାଞ୍ଚଟି ହତ୍ୟା ଉଦ୍ୟମରୁ ବଞ୍ଚିଛନ୍ତି।
ଟେଲିଗ୍ରାମ ଚ୍ୟାନେଲରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ପୁଟିନଙ୍କ ଲିମୋଜିନ ଗାଡ଼ିର ବାମ ସମ୍ମୁଖ ଚକରେ ଏକ ଶକ୍ତ ଜୋରରେ ଧକ୍କା ଲାଗିଥିଲା, ୟୁରୋ ସାପ୍ତାହିକ ରିପୋର୍ଟ କରିଛି ଯେ ଏଥିରୁ ଧୂଆଁ ବାହାରିବା ପରେ ମଧ୍ୟ କାରଟି ଶୀଘ୍ର ସୁରକ୍ଷିତ ସ୍ଥାନକୁ ନିଆଯାଇ ପରିଥିଲା। ଏହି ଘଟଣାରେ ରୁଷର ରାଷ୍ଟ୍ରପତି ପୁଟିନଙ୍କୁ କୌଣସି କ୍ଷତି ହୋଇନାହିଁ, କିନ୍ତୁ ଆଉଟଲେଟ୍ କହିଛି ଯେ ଏହି ଘଟଣାରେ ଅନେକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/Putin-4.jpg)