ମସ୍କୋରେ ସାମରିକ ଆଇନ ଜାରି କରିବେ ପୁଟିନ !

ମସ୍କୋ : ୟୁକ୍ରେନ ଯୁଦ୍ଧରେ ରୁଷ ସେନାର ବିଫଳତା ବଢିବା ସହ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମସ୍ୟା ବଢିଚାଲିଛି । ରୁଷରେ ତାଙ୍କ ଲୋକପ୍ରିୟତା କମୁଥିବାବେଳେ ତାଙ୍କ ସ୍ଥିତି ଦୁର୍ବଳ ହେଉଛି ।

ଯୁଦ୍ଧରେ ରୁଷ ପ୍ରାଧାନ୍ୟକୁ ବଢାଇବାକୁ ସେ ପୁଣି ୨୦ ଲକ୍ଷ ସୈନ୍ୟ ଏକତ୍ରିତ କରିବାକୁ ଯୋଜନା କରୁଥିବା କେତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି । ଏହି ୨୦ ଲକ୍ଷ ମଧ୍ୟରେ ୩ ଲକ୍ଷ ମହିଳାଙ୍କୁ ବି ସାମିଲ କରାଯିବ । ଏଥିପାଇଁ ମସ୍କୋ ସମେତ ରୁଷର କେତେକ ସହରରେ ସାମରିକ ଆଇନ ଜାରି କରାଯିବାର ସମ୍ଭାବନା ରହିଛି ।

ଯଦିଓ ପୁଟିନଙ୍କ ମୁଖପାତ୍ର ଦିମିତ୍ରି ପେସକୋଭ ଆଜି ଏପରି କୌଣସି ଘୋଷଣାକୁ ଅସ୍ୱୀକାର କରିଛନ୍ତି, ତଥାପି ଏ ନେଇ କଳ୍ପନାଜଳ୍ପନା ବଢିଚାଲିଛି ।

ଏହି ଗୁଜବ ଏପରି ସମୟରେ ଆସିଛି, ଯେତେବେଳେ କି ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ମସ୍କୋକୁ ତୁରନ୍ତ ସୈନ୍ୟ ପ୍ରତ୍ୟାହାର ପାଇଁ ଚେତେବନୀ ଶୁଣାଇଛନ୍ତି । ଯୁଦ୍ଧର ସ୍ଥାୟୀ ସମାଧାନ ପାଇଁ ରୁଷ ସମସ୍ତ ଅଧିକୃତ ଅଞ୍ଚଳରୁ ନିଜର ସୈନ୍ୟ ପ୍ରତ୍ୟାହାର କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଗତ କିଛି ଦିନ ହେଲା ରୁଷ ପକ୍ଷରୁ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼କୁ ଜୋରଦାର କରାଯାଇଛି ।

ସମ୍ବନ୍ଧିତ ଖବର