ମସ୍କୋ: ୟୁକ୍ରେନ୍ର ପ୍ରମୁଖ ସହର କ୍ରିମିଆକୁ ରୁଷ୍ ନିଜ ଦଖଲକୁ ନେଇସାରିଛି। ରବିବାର ଏହି ସହର ଉପରେ ଆମେରିକା ଓ ନାଟୋର ଯୁଦ୍ଧାସ୍ତ୍ର ସହାୟତାରେ ୟୁକ୍ରେନ୍ ଘାତକ ଆକ୍ରମଣ କରିଥିଲା। ଏଥିରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୧ଜଣ ଆହତ ହୋଇଥିଲେ। ଏହି ଘଟଣାରେ ରୁଷ୍ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଆକ୍ରମଣ ପାଇଁ ପାଶ୍ଚାତ୍ୟ ରାଷ୍ଟ୍ର ବିଶେଷତଃ ଆମେରିକାକୁ ଦାୟୀ କରିଛି। ଆଜି ରୁଷ୍ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ କହିଛନ୍ତି ଯେ ଏହି ଆକ୍ରମଣର ପରିଣାମ ନାଟୋ ଭୋଗିବ। ଗତକାଲି ରୁଷ୍ର ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଆମେରିକାର ଆର୍ମି ଟେକ୍ଟିକାଲ୍ ମିଜାଇଲ୍ ସିଷ୍ଟମ୍ (ଏଟିଏସିଏମ୍ଏସ୍) ଦ୍ବାରା ଆକ୍ରମଣ ହୋଇଛି। ରୁଷ୍ର ଏୟାର୍ ଡିଫେନ୍ସ ସିଷ୍ଟମ୍ ଦ୍ବାରା ଏହାର ପ୍ରତିରୋଧ କରାଯାଇଥିଲା, କିନ୍ତୁ ଏହା କ୍ଲଷ୍ଟର ବୋମା ଥିବାରୁ କେତେକ ଜନବସତିରେ ପଡ଼ିଥିଲା। ଆଜି ପୁଟିନ୍ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଏହାର ପ୍ରତିଜବାବ ନିଶ୍ଚିତ ମିଳିବ ବୋଲି କହିଛନ୍ତି।
ପୁଟିନ୍ଙ୍କ ଚେତାବନୀ ନାଟୋ ଭୋଗିବ
/sambad/media/post_attachments/wp-content/uploads/2023/09/putin-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)