ଲଣ୍ଡନ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ସେପ୍ଟେମ୍ବର ୩୦ ଶୁକ୍ରବାର ସଂସଦକୁ ସଂବୋଧିତ କରିବେ। ଏହି ଅବସରରେ ସେ ଅଧିକୃତ ୟୁକ୍ରେନ୍ ଅଞ୍ଚଳକୁ ରୁଷୀୟ ସଂଘ ସହ ସଂଯୋଜନ ଘୋଷଣା କରିପାରନ୍ତି ବୋଲି ବ୍ରିଟିଶ ପ୍ରତିରକ୍ଷା ମନ୍ତ୍ରାଳୟ ମଙ୍ଗଳବାର ପ୍ରକାଶ କରିଛି।
ୟୁକ୍ରେନ୍ ଅଞ୍ଚଳର ରୁଷ୍ ସହ ମିଶ୍ରଣ ଲାଗି ଭୋଟଗ୍ରହଣ ଚାଲିଥିଲା ଯାହା ମଙ୍ଗଳବାର ଶେଷ ହୋଇଛି। ଜନମତକୁ ନିଜ ସପକ୍ଷରେ ନେବା ରୁଷ୍ ପାଇଁ କଷ୍ଟକର ନୁହେଁ ବୋଲି କୁହାଯାଉଛି। ତେବେ ବ୍ରିଟିଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ରୁଷ୍ ସହ ୟୁକ୍ରେନ୍ ଅଞ୍ଚଳର ମିଶ୍ରଣ ଘୋଷଣା ଦ୍ବାରା ସ୍ବତନ୍ତ୍ର ସାମରିକ ଅଭିଯାନର ଯଥାର୍ଥତା ପ୍ରତିପାଦନ ପାଇଁ ଚେଷ୍ଟା କରାଯିବ ଏବଂ ଏହାଦ୍ବାରା ନିଜ ଦେଶ ଭିତରେ ଦେଶପ୍ରେମୀ ଜନସାଧାରଣଙ୍କ ସମର୍ଥନ ମଧ୍ୟ ହାସଲ କରାଯାଇପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/34-20.jpg)