ଭାରତ ଆସିବେ ପୁଟିନ!

ମସ୍କୋ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜି-୨୦ ଶୀର୍ଷ ସମ୍ମିଳନୀରେ ଯୋଗଦେବା ପାଇଁ ଆସନ୍ତା ସେପ୍ଟେମ୍ବରରେ ଭାରତ ଆସିପାରନ୍ତି। ଏ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇ ନଥିଲେ ମଧ୍ୟ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇ ପାରିବ ନାହିଁ ବୋଲି କ୍ରେମଲିନ ପ୍ରବକ୍ତା ଦିମିତ୍ରି ପେସକୋଭ କହିଛନ୍ତି।

ଭାରତରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ପୁଟିନ ଯୋଗ ଦେବେ କି ବୋଲି ପ୍ରଶ୍ନ ହେବାରୁ ପେସକୋଭ ଏହି ସୂଚନା ଦେଇଛନ୍ତି। ଏଥିସହିତ ସେ କହିଛନ୍ତି ଜି-୨୦ କାର୍ଯ୍ୟକ୍ରମରେ ରୁଷ୍‌ ସଂପୂର୍ଣ୍ଣ ସହଯୋଗ କରୁଛି ଏବଂ ଏହା ଜାରି ରହିବ। ତେବେ ଗତବର୍ଷ ଇଣ୍ଡୋନେସିଆର ବାଲିଠାରେ ଅନୁଷ୍ଠିତ ଜି-୨୦ ଦେଶର ଶୀର୍ଷ ନେତାଙ୍କ ବୈଠକରେ ରୁଷ୍‌ ପକ୍ଷରୁ ବିଦେଶ ମନ୍ତ୍ରୀ ସର୍ଗି ଲାଭରୋଭ ଯୋଗ ଦେଇଥିଲେ। ୨୦୨୦ ଏବଂ ୨୦୨୧ ମସିହାରେ ପୁଟିନ ଭିଡିଓ ଲିଙ୍କ୍‌ ଜରିଆରେ ସମ୍ମିଳନ‌ୀରେ ଯୋଗ ଦେଇଥିଲେ। ଚଳିତବର୍ଷ ସେପ୍ଟେମ୍ବର ୯ ଏବଂ ୧୦ ତାରିଖରେ ଦିଲ୍ଲୀରେ ଜି-୨୦ର ଶୀର୍ଷ ସମ୍ମିଳନୀ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର