ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ନେତାମାନଙ୍କ ମଧ୍ୟରୁ ଜଣେ। ତାଙ୍କର ସୁରକ୍ଷା ଅତ୍ୟନ୍ତ ଉଚ୍ଚକୋଟୀର। ସେ ଏକ ସଶସ୍ତ୍ର ଲିମୋଜିନ ଔରୁସ୍ ସିନେଟ୍ କାରରେ ଯାତ୍ରା କରନ୍ତି। ଯାହା ତାଙ୍କର ଭାରତ ଗସ୍ତ ସମୟରେ ଦିଲ୍ଲୀକୁ ମଧ୍ୟ ଆସିବ। ସ୍ୱତନ୍ତ୍ର ଭାବରେ ଡିଜାଇନ୍ ହୋଇଥିବା କାର ସର୍ବଦା ତାଙ୍କ ସହିତ ଥାଏ। ତାଙ୍କର ସାମ୍ପ୍ରତିକ ଚୀନ୍ ଗସ୍ତ ସମୟରେ, ପୁଟିନଙ୍କ କାର ମଧ୍ୟ ତାଙ୍କ ସହିତ ବେଜିଂ ଯାଇଥିଲା।

Advertisment

ଏହାର ନିଖୁଣ ସୁରକ୍ଷା କ୍ଷମତା ଯୋଗୁ ଏହି କାରକୁ ଚାରି ଚକିଆ ଦୁର୍ଗ ମଧ୍ୟ କୁହାଯାଇଥାଏ। ଔରସ୍ ସିନେଟ୍‌କୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ, ଏହା ପ୍ରାୟ ଯେକୌଣସି ପ୍ରକାରର ଆକ୍ରମଣକୁ ସହ୍ୟ କରିପାରିବ।

ଆହୁରି ପଢ଼ନ୍ତୁ:IndiGo flight cancellations: ନଭେମ୍ବର ମାସରେ ଇଣ୍ଡିଗୋର ୧,୨୩୨ ବିମାନ ଉଡ଼ାଣ ବାତିଲ: ଡିଜିସିଏ ପକ୍ଷରୁ ତଦନ୍ତ ଆରମ୍ଭ

ଏହି କାରଟି ସମ୍ପୂର୍ଣ୍ଣ ବୁଲେଟପ୍ରୁଫ୍। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହା କ୍ଷେପଣାସ୍ତ୍ର କିମ୍ବା ଡ୍ରୋନ୍ ଆକ୍ରମଣ ଦ୍ୱାରା ଅତି କମ୍ ପ୍ରଭାବିତ ହୋଇଥାଏ। ଭିତରେ ଥିବା ଯେକୌଣସି ବ୍ୟକ୍ତି ନିରାପଦରେ ଖସି ଯାଇପାରିବେ। କାରଟି ଏୟାର ଫିଲ୍ଟ୍ରେସନ ପ୍ରଯୁକ୍ତିବିଦ୍ୟା ସହିତ ସଜ୍ଜିତ, ଯାହା ରାସାୟନିକ ଆକ୍ରମଣ ହେଲେ ଭିତରର ବାୟୁକୁ ସଫା ରଖେ।

ପାଣିରେ ବୁଡ଼ିବ ନାହିଁ 

ଯଦି ଗାଡ଼ିର ଟାୟାର ଫାଟିଯାଏ, ତଥାପି ଏହା ବନ୍ଦ ହେବ ନାହିଁ ଏବଂ ଦ୍ରୁତ ଗତିରେ ଗତି କରିବ। ଯଦି ଏହା ପାଣିରେ ପଡ଼ିଯାଏ, ତେବେ ଏହା ବୁଡ଼ିବା ପରିବର୍ତ୍ତେ ଏକ ଜାହାଜ ପରି କାର୍ଯ୍ୟ କରିଥାଏ।

କାର୍ ପରଫରମାନ୍ସ

ଏହି ଶକ୍ତିଶାଳୀ କାରଟି ଏକ ହାଇବ୍ରିଡ୍ ସିଷ୍ଟମ୍ ସହିତ ୪.୪-ଲିଟର ଟ୍ୱିନ୍-ଟର୍ବୋ ଭି-୮ଇଞ୍ଜିନ୍ ଦ୍ୱାରା ପରିଚାଳିତ। ଏହି ବିଶାଳ କାରଟି ୬ ରୁ ୯ ସେକେଣ୍ଡ ମଧ୍ୟରେ ଶୂନ ରୁ ୧୦୦ କିମି/ଘଣ୍ଟା ବେଗରେ ଗତି କରିପାରିବ। ଏହାର ସର୍ବାଧିକ ଗତି ପ୍ରାୟ ୧୬୦ କିମି/ଘଣ୍ଟା।

କାରର ଆନୁମାନିକ ମୂଲ୍ୟ

ରୁଷ ରାଷ୍ଟ୍ରପତି ପୁଟିନଙ୍କ ଔରସ୍ ସିନେଟ୍ ଲିମୋଜିନ୍‌ର ମୂଳ ମଡେଲ୍‌ର ମୂଲ୍ୟ ୧୮ ନିୟୁତ ରୁବେଲ୍ (୨.୫ କୋଟି ଟଙ୍କା)ରୁ ଆରମ୍ଭ ହେଉଛି। ପୁଟିନଙ୍କ ବ୍ୟବହାର ପାଇଁ ଅନେକ ଉନ୍ନତ ସୁରକ୍ଷା ବୈଶିଷ୍ଟ୍ୟ ଏଥିରେ ଯୋଡାଯାଇଛି। ଯାହା ଏହାର ପ୍ରକୃତ ମୂଲ୍ୟ ମୂଳ ମଡେଲ୍‌ର ମୂଲ୍ୟଠାରୁ ଦୁଇଗୁଣାରୁ ଅଧିକ କରିଛି।

ଆହୁରି ପଢ଼ନ୍ତୁ:Old Man Death Attack Elephant ଦନ୍ତାହାତୀ ଆକ୍ରମଣରେ ବୃଦ୍ଧ ମୃତ୍ୟୁ, ମହିଳା ଗୁରୁତର