ୱାସିଂଟନ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ଆମେରିକା ପ୍ରତିପକ୍ଷ ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ୍ କରିବାକୁ ଗତ ସପ୍ତାହରେ ଆଲାସ୍କା ଯାଇଥିଲେ। ସେହି ସମୟରେ ୭୨ ବର୍ଷୀୟ ନେତା ପୁଟିନଙ୍କ ଅଙ୍ଗରକ୍ଷୀମାନେ ଏକ ନିଆରା ଦାୟିତ୍ୱ ନେଇଥିଲେ। ସେମାନେ ସାଙ୍ଗରେ ଏକ ‘ପୁପ୍ ସୁଟ୍କେସ’ ନେଇ ଯାଇଥିଲେ। ଫ୍ରାନ୍ସ ପ୍ରକାଶନ ପ୍ୟାରିସ ମ୍ୟାଚ୍ର ସାମ୍ବାଦିକ ମିଖାଇଲ ରୁବିନ୍ ଓ ରେଗିସ୍ ଜେଣ୍ଟେଙ୍କ ବୟାନ ଦେଇ ଦ ଏକ୍ସପ୍ରେସ୍ ୟୁଏସ୍ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ରୁଷ୍ ରାଷ୍ଟ୍ରପତିଙ୍କ ଫେଡେରାଲ ପ୍ରୋଟେକ୍ସନ ସର୍ଭିସ (ଏଫ୍ପିଏସ୍)ର ସଦସ୍ୟମାନେ ତାଙ୍କ ମଳ ଆଦି ସଂଗ୍ରହ କରି ସ୍ବତନ୍ତ୍ର ବ୍ୟାଗ୍ରେ ପୂରାଇ ଏହି ସୁଟକେସ୍ରେ ମସ୍କୋକୁ ଫେରାଇ ଆଣିଛନ୍ତି। ଏହାଦ୍ବାରା ପୁଟିନଙ୍କ ମଳ ନମୁନା ନେବା ଓ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ପାଇବାରୁ ବିଦେଶୀ ଶକ୍ତିମାନେ ସମର୍ଥ ହୋଇ ନଥାନ୍ତି।
୨୦୧୭ ମେ ମାସରେ ପୁଟିନଙ୍କ ଫ୍ରାନ୍ସ ଗସ୍ତ ସମୟରେ ଏହି ଅଭ୍ୟାସ ଆରମ୍ଭ ହୋଇଥିଲା ବୋଲି ଆମେରିକା ରିପୋର୍ଟ କରିଛି। ଫରିଦା ରୁସ୍ତାମୋଭା ନାମକ ଅନ୍ୟ ଜଣେ ସାମ୍ବାଦିକ ମଧ୍ୟ ୨୦୧୮ରେ ପୁଟିନଙ୍କ ଭିଏନା ଗସ୍ତ ସମୟରେ ଏଭଳି ସୁରକ୍ଷା ବ୍ୟବସ୍ଥା ରହିଥିଲା ବୋଲି ସୂଚନା ଦେଇଛନ୍ତି। ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୧୯୯୯ରେ ନେତୃତ୍ୱ ଆରମ୍ଭ ପରଠାରୁ ରୁଷ୍ ରାଷ୍ଟ୍ରପତି ଏହି ନିୟମ ପାଳନ କରିଆସୁଛନ୍ତି। ଗତ କିଛି ବର୍ଷ ମଧ୍ୟରେ ପୁଟିନଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ ଆଲୋଚନା ସାମ୍ନାକୁ ଆସିଛି। ଗତବର୍ଷ ନଭେମ୍ବର ୨୦୨୪ରେ କାଜାଖସ୍ତାନର ଆସ୍ତାନାଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ୭୨ ବର୍ଷୀୟ ଏହି ନେତାଙ୍କ ଗୋଡ଼ ଥରୁଥିବା ଜଣାପଡ଼ିବା ପରେ ଚିନ୍ତା ବଢ଼ିଯାଇଥିଲା। ବର୍ଷକ ତଳେ ବେଲାରୁସ୍ ରାଷ୍ଟ୍ରପତି ଆଲେକ୍ଜାଣ୍ଡର ଲୁକାସେଙ୍କୋଙ୍କ ସହ ସାକ୍ଷାତ୍ ବେଳେ ପୁଟିନ ମଧ୍ୟ ନିଜ ଆସନରେ ଭିଡ଼ିମୋଡ଼ି ହେଉଥିବା ଦେଖିବାକୁ ମିଳିଥିଲା, ଯାହା ସ୍ନାୟବିକ ଦୁର୍ବଳତାର ସୂଚକ।
ମାର୍ଚ୍ଚ ୨୦୨୫ରେ କୁର୍ସ୍କ ଅଞ୍ଚଳରେ ଫ୍ରଣ୍ଟଲାଇନ ପରିଦର୍ଶନରେ ପୁଟିନ ବଡି ଡବଲ (ବହୁରୂପୀ) ବ୍ୟବହାର କରିଥିବା ନେଇ ଦାବି ଉଠିଥିଲା। ଏହି ଘଟଣାର ଫଟୋଗୁଡ଼ିକରେ ୭୨ ବର୍ଷୀୟ ବୃଦ୍ଧଙ୍କର ପତଳା ଶରୀର ଓ ଚେହେରା ଦେଖିବାକୁ ମିଳିଥିଲା ଏବଂ ସାଧାରଣ ଛପା ନୋଟ୍ ପରିବର୍ତ୍ତେ ହାତଲେଖା ନୋଟ୍ ବ୍ୟବହାର ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ତେବେ କ୍ରେମଲିନ୍ ସମସ୍ତ ଥିଓରିକୁ ଖଣ୍ଡନ କରିବା ସହ ପୁଟିନଙ୍କ ସ୍ୱାସ୍ଥ୍ୟକୁ ନେଇ ଚୁପ୍ ରହିଛି। ୨୦୨୨ ମସିହାରେ ଜେନେରାଲ ଏସ୍ଭିଆର୍ ଟେଲିଗ୍ରାମ୍ ଚ୍ୟାନେଲର ଗୁଜବକୁ ଖଣ୍ଡନ କରାଯାଇଥିଲା ଯେଉଁଥିରେ ଦାବି କରାଯାଇଥିଲା ଯେ, ରୁଷ୍ ରାଷ୍ଟ୍ରପତି ତଳେ ଖସିପଡ଼ି ଧୂଳିଧୂସର ହୋଇଯାଇଥିଲେ। ଇତିମଧ୍ୟରେ ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ୍ରେ ରୁଷ୍ ରାଷ୍ଟ୍ରପତି ବିଜୟୀ ହୋଇଥିଲେ।
ପୁଟିନଙ୍କ ଅଙ୍ଗରକ୍ଷୀ ‘ପୁପ୍ ସୁଟକେସ୍’ ନେଇଥିଲେ
ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ଆମେରିକା ପ୍ରତିପକ୍ଷ ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ୍ କରିବାକୁ ଗତ ସପ୍ତାହରେ ଆଲାସ୍କା ଯାଇଥିଲେ। ସେହି ସମୟରେ ୭୨ ବର୍ଷୀୟ ନେତା ପୁଟିନଙ୍କ ଅଙ୍ଗରକ୍ଷୀମାନେ...
/sambad/media/media_files/2025/08/19/untitled-6-2025-08-19-05-02-00.jpg)