ନୂଆଦିଲ୍ଲୀ : ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଜଟିଳ। ସେ ଅତି ବେଶୀରେ ଆଉ ୨ ବର୍ଷ ବଞ୍ଚି ପାରନ୍ତି। ୟୁକ୍ରେନ ଗୁଇନ୍ଦା ସେବା ମୁଖ୍ୟ କହିଛନ୍ତି, ପୁଟିନ ୨ ବର୍ଷରୁ କମ୍ ଦିନ ବଞ୍ଚି ପାରନ୍ତି। ମେଜର ଜେନେରାଲ କିରିଲୋ ବୁଡ଼ାନଭ ଏହି ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତ କିଛି ମାସ ଧରି ପୁଟିନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଅନେକ ଖବର ପ୍ରସାରିତ ହେଉଛି। ଚଳିତ ମାସ ଆରମ୍ଭରେ ୬୯ ବର୍ଷୀୟ ରାଷ୍ଟ୍ରପତି ପୁଟିନ ମସ୍କୋରେ ଏକ ଭାଷଣ ଦେବା ସମୟରେ ତାଙ୍କ ଗୋଡ଼ ଥରୁଥିବା ଦେଖିବାକୁ ମିଳିଥିଲା। ପୁଟିନ୍ ଠିକ୍ରେ ଠିଆ ମଧ୍ୟ ହୋଇପାରୁନାହାନ୍ତି। ଗତ ଏପ୍ରିଲରେ ପୁଟିନଙ୍କର ଜରୁରୀ କ୍ୟାନସର ଅପରେସନ୍ ହୋଇଥିଲା। ପୁଟିନ ପାର୍କିନସନ୍ ଏବଂ ସିଜୋଫ୍ରେନିଆରେ ପୀଡ଼ିତ। ତେବେ ପୁଟିନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଏଭଳି ଖବର କେବଳ ଗୁଜବ ଆଧାରିତ ବୋଲି କ୍ରେମ୍ଲିନ ମୁଖପାତ୍ର କହିଛନ୍ତି।
ପୁଟିନଙ୍କ ଆୟୁ ଆଉ ୨ ବର୍ଷରୁ କମ୍ !
/sambad/media/post_attachments/wp-content/uploads/2022/05/putin1-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)