ଯେଉଁ ମନ୍ତ୍ରୀଙ୍କୁ ପୁଟିନ ବହିଷ୍କାର କଲେ, କିଛି ଘଣ୍ଟା ପରେ ମିଳିଲା ତାଙ୍କର ମୃତଦେହ

ରୁଷର ପୂର୍ବତନ ରୁଷ ପରିବହନ ମନ୍ତ୍ରୀ ରୋମାନ୍ ଷ୍ଟାରୋଭୋଇଟ୍ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଏହାର କିଛି ସମୟ ପୂର୍ବରୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିଥିଲେ।

putin

ମସ୍କୋ : ରୁଷର ପୂର୍ବତନ ରୁଷ ପରିବହନ ମନ୍ତ୍ରୀ ରୋମାନ୍ ଷ୍ଟାରୋଭୋଇଟ୍ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଏହା ପୂର୍ବରୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିଥିଲେ। ରୁଷ ଅଧିକାରୀମାନେ କହିଛନ୍ତି ଯେ ତାଙ୍କ ମୃତଦେହ ତାଙ୍କ କାରରୁ ମିଳିଛି। ତେବେ ସେ ପ୍ରକୃତରେ ଆତ୍ମହତ୍ୟା କରିଛନ୍ତି ଅଥବା ତାହା ରୁଷ ଗୁଇନ୍ଦା ସଂସ୍ଥାର କାରନାମା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ରୁଷରେ ସଡ଼କ ଭିତ୍ତିଭୂମିର ବିକାଶ ପାଇଁ ପୂର୍ବରୁ ସେ ପୁଟିନଙ୍କ ପ୍ରିୟପାତ୍ର ଥିଲେ। ଏଥିପାଇଁ ତାଙ୍କୁ କୁର୍ସ୍କର ଗଭର୍ଣ୍ଣର କରାଯାଇଥିଲା । ତାଙ୍କୁ ପରେ ପୁଣି ପରିବହନ ମନ୍ତ୍ରୀ କରାଯାଇଥିଲା ।


ୟୁକ୍ରେନ ସୀମାନ୍ତବର୍ତ୍ତୀ କୁର୍ସ୍କ ଅଞ୍ଚଳର ରାଜ୍ୟପାଳ ଭାବରେ ପ୍ରାୟ ୫ ବର୍ଷ ବିତାଇବା ପରେ ତାଙ୍କୁ ମେ ୨୦୨୪ରେ ପରିବହନ ମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଥିଲା। ରୁଷର ବିମାନ ଚଳାଚଳ  ତଥା ଜାହାଜ ଚଳାଚଳ କ୍ଷେତ୍ରରେ ଅବହେଳା ଏବଂ ଦୁର୍ନୀତି ଅଭିଯୋଗ ଯୋଗୁଁ ଷ୍ଟାରୋଭୋଇଟ୍ଙ୍କୁ ବହିଷ୍କାର କରାଯାଇଥିଲା। ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ଷ୍ଟାରୋଭୋଇଟ୍ ଆତ୍ମହତ୍ୟା କରିଛନ୍ତି। ଷ୍ଟାରୋଭୋଇଟ୍ଙ୍କ ସ୍ଥାନରେ ଉପ ପରିବହନ ମନ୍ତ୍ରୀ ଆଣ୍ଡ୍ରେ ନିକିଟିନ୍ଙ୍କୁ ନିଯୁକ୍ତି ଦିଆଯାଇଛି, ଯିଏ ବର୍ତ୍ତମାନ କାର୍ଯ୍ୟକାରୀ ପରିବହନ ମନ୍ତ୍ରୀ ଭାବରେ କାର୍ଯ୍ୟ କରିବେ।
ରୁଷରେ ସଡ଼କ ଭିତ୍ତିଭୂମିର ବିକାଶ ପାଇଁ ପୂର୍ବରୁ ସେ ପୁଟିନଙ୍କ ପ୍ରିୟପାତ୍ର ଥିଲେ । ଏଥିପାଇଁ ତାଙ୍କୁ କୁର୍ସ୍କର ଗଭର୍ଣ୍ଣର କରାଯାଇଥିଲା । ତାଙ୍କୁ ପରେ ପୁଣି ପରିବହନ ମନ୍ତ୍ରୀ କରାଯାଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe