ୟୁ‌କ୍ରେନ୍‌ ସେନାର ଗୁଇନ୍ଦା ରିପୋର୍ଟ‌: ମେ’ ୯ ପର୍ଯ୍ୟନ୍ତ ଯୁଦ୍ଧ ବଢ଼ାଇବାକୁ ପୁଟିନଙ୍କ ଯୋଜନା

କିବ୍‌ : ୟୁକ୍ରେନ୍‌ରେ ଯୁଦ୍ଧ ଜାରି ରହିଥିବା ବେଳେ ୟୁକ୍ରେନ୍‌ ସେନା ଶୁକ୍ରବାର ଦିନ ଏକ ଗୁରୁତ୍ବପୂର୍ଣ୍ଣ ଦାବି କରିଛି। ୟୁକ୍ରେନ୍‌ ସେନାର ଗୁଇନ୍ଦା ରିପୋର୍ଟ ଅନୁଯାୟୀ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମେ’ ୯ ପର୍ଯ୍ୟନ୍ତ ଯୁଦ୍ଧ ଲମ୍ବାଇବାକୁ ଚାହୁଛନ୍ତି। ଏହି ଦିନରେ ରୁଷ୍‌ ନାଜି ଜର୍ମାନୀ ଉପରେ ବିଜୟ ହାସଲ କରିଥିବାରୁ ରୁଷ୍‌ ଏହି ଦିନ ଉତ୍ସବ ମନାଇଥାଏ। ତେବେ ମେ’ ୯ ସୁଦ୍ଧା ୟୁକ୍ରେନ୍‌କୁ ଧ୍ବଂସ କରି ରୁଷ୍‌ ଉତ୍ସବ ମନାଇବାକୁ ଯୋଜନା କରିଛି ବୋଲି ଗୁଇନ୍ଦା ରିପୋର୍ଟ କହୁଛି। ଇତି ମଧ୍ୟରେ ୟୁକ୍ରେନ୍‌ ଦାବି କରିଛି ଯେ ରୁଷ୍‌ ହଜାର ହଜାର ନାଗରିକଙ୍କୁ ବଳପୂର୍ବକ ଉଠାଇ ନେଉଛି। ଯୁଦ୍ଧ ଛାଡ଼ିଦେବାପାଇଁ ରୁଷ୍‌ କିବ୍‌ର ଲୋକଙ୍କ ଉପରେ ଚାପ ପକାଉଛି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର