ଜାତୀୟ ଦଳ ଘୋଷଣା କରି ଘୁଷୁରୀକୁ ଲିପଷ୍ଟିକ ଲଗାଇବା ଭଳି କାମ କରିଛନ୍ତି କେସିଆର: ତେଲେଙ୍ଗାନା ବିଜେପି ମୁଖ୍ୟ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଆହୁରି ଦେଢ଼ ବର୍ଷ ଅଛି। ଏବେଠାରୁ ବିଭିନ୍ନ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତି କରିବାରେ ଲାଗିପଡ଼ିଲେଣି। ଏହି କ୍ରମରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର)ନିଜକୁ ଜାତୀୟ ନେତା ଭାବେ ପରିଚିତ କରାଇବା ପାଇଁ ବିଜେପି ବିରୋଧୀ ନେତାଙ୍କୁ ଏକତ୍ର କରିବା ଲକ୍ଷ୍ୟରେ ମିଶନ ୨୦୨୪ ଆରମ୍ଭ କରିଛନ୍ତି। ଆଉ ଏହି କ୍ରମରେ ସେ ଆଜି ନିଜର ରାଷ୍ଟ୍ରୀୟ ଦଳ ବାବଦରେ ଘୋଷଣା କରିଛନ୍ତି। କେସିଆର ତେଲେଙ୍ଗାନା ରାଷ୍ଟ୍ର ସମିତିର ନାଁ ବଦଳାଇ ତାଙ୍କ ନୂଆ ଦଳର ନାଁ ଭାରତ ରାଷ୍ଟ୍ର ସମିତି ରଖିଛନ୍ତି।

ତେବେ ବିଜେପିକୁ ଟକ୍କର ଦେବାକୁ କେସିଆରଙ୍କ ଏଭଳି ଉଦ୍ୟମକୁ ସମାଲୋଚନା କରିଛି ବିଜେପି। ତେଲେଙ୍ଗାନାର ବିଜେପି ମୁଖ୍ୟ ବନ୍ଦୀ ସଞ୍ଜୟ କୁମାର ଟ୍ବିଟ କରି କେସିଆରଙ୍କୁ ଟାର୍ଗେଟ କରିଛନ୍ତି। ସେ ଲେଖିଛନ୍ତି ଯ, ତେଲେଙ୍ଗାନା ରାଷ୍ଟ୍ର ସମିତିକୁ ଭାରତ ରାଷ୍ଟ୍ର ସମିତି କରିବା ଘୁଷୁରୀକୁ ଲିପଷ୍ଟିକ ଲଗାଇବା ଭଳି। #ଟ୍ୱିଟରଟିଲୁ କ୍ଷମତା ପରିବର୍ତ୍ତନ କଥା କହୁଥିଲେ। କିନ୍ତୁ ବାପା ଏକ ନାମ ପରିବର୍ତ୍ତନକାରୀ ହୋଇଗଲେ। ଲୋକମାନେ ହେଉଛନ୍ତି ଚରମ ଭାଗ୍ୟ ପରିବର୍ତ୍ତନକାରୀ।

ଏଭଳି ଲେଖି ସଞ୍ଜୟ କୁମାର ଭାରତ ରାଷ୍ଟ୍ର ସମିତିର ସଭାପତି ତଥା କେ.ସି.ଆରଙ୍କ ପୁଅ କେ.ଟି ରାମା ରାଓଙ୍କୁ ଟାର୍ଗେଟ କରିଛନ୍ତି।

ସମ୍ବନ୍ଧିତ ଖବର