ଇଣ୍ଡୋନେସିଆରେ ମଣିଷକୁ ଗିଳିଲା ଅଜଗର

ଇଣ୍ଡୋନେସିଆରେ ଏକ ଭୟଙ୍କର ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଯେକୌଣସି ବ୍ୟକ୍ତିଙ୍କ ଛାତି ଥରାଇଦେବ। ଏକ ଆଠ ମିଟର ଲମ୍ବା ଅଜଗର ଏକ ସମ୍ପୂର୍ଣ୍ଣ ମଣିଷକୁ ଜୀବନ୍ତ ଗିଳି ପକାଇଛି ।

python (1)

ଜାକାର୍ତ୍ତା : ଇଣ୍ଡୋନେସିଆରେ ଏକ ଭୟଙ୍କର ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଯେକୌଣସି ବ୍ୟକ୍ତିଙ୍କ ଛାତି ଥରାଇଦେବ। ଏକ ଆଠ ମିଟର ଲମ୍ବା (ପ୍ରାୟ ୨୬ ଫୁଟ) ଅଜଗର ଏକ ସମ୍ପୂର୍ଣ୍ଣ ମଣିଷକୁ ଜୀବନ୍ତ ଗିଳି ପକାଇଥିବାର ସୂଚନା ମିଳିଛି। 

ଏହି ଘଟଣାଟି ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପର। ଜଣେ ଚାଷୀ ଯିଏ ସବୁଦିନ ପରି ତାଙ୍କ ବଗିଚା ଜଗିବାକୁ କ୍ଷେତକୁ ଯାଇଥିଲେ ସନ୍ଧ୍ୟା ପର୍ଯ୍ୟନ୍ତ ଫେରି ନଥିଲେ। ତାଙ୍କ ପରିବାର ଏବଂ ଗାଁ ଲୋକେ ତାଙ୍କୁ ଖୋଜିବା ଆରମ୍ଭ କଲେ। ତା'ପରେ କାହାର ନଜର ପାଖରେ ଧୀରେ ଧୀରେ ଯାଉଥିବା ଏକ ଅଜଗର ଉପରେ ପଡ଼ିଲା, ଯାହାର ପେଟ ଅସ୍ୱାଭାବିକ ଭାବରେ ଫୁଲି ଯାଇଥିଲା। ଏହା ପରେ ଗ୍ରାମବାସୀ ଓ ସ୍ଥାନୀୟ ପ୍ରଶାସନ ଅଜଗରର ପେଟ କାଟିବାକୁ ନିଷ୍ପତ୍ତି ନେଲେ। ପେଟ ଭିତରକୁ ଦେଖି ସେମାନଙ୍କ ହୋସ ଉଡ଼ିଯାଇଥିଲା । ପେଟଭିତରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ମିଳିଥିଲା । ଏହା ଦେଖି ଲୋକମାନେ ତାଜୁବ ହୋଇଯାଇଥିଲେ, କାରଣ ମୃତଦେହଟି ସଂପୂର୍ଣ୍ଣ ଅକ୍ଷତ ଥିଲା । ତେବେ ଜୈବ ବିଶେଷଜ୍ଞଙ୍କ ଅନୁସାରେ ଏପରି ଘଟଣା ବେଶ ବିରଳ । କିନ୍ତୁ ଏହା ଆଦୌ ଅସମ୍ଭବ ନୁହେଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe