କୋଲକାତା: କ୍ଵାତାରର ଦୋହାରୁ ବ୍ୟାଙ୍କକ ଯାଉଥିବା ଏକ ବିମାନ ମଙ୍ଗଳବାର ସକାଳେ କୋଲକାତାର ଦମଦମ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି | କ୍ଵାତାର ଏୟାରୱେଜର ଏହି ବିମାନରେ ଜଣେ ମହିଳା ଯାତ୍ରୀଙ୍କର ବିମାନରେ ହିଁ ଗର୍ଭ ଯନ୍ତ୍ରଣା ହୋଇଥିଲା | ଏହାର କିଛି ସମୟ ପରେ ପ୍ରସୂତି ଜଣକ ଏକ ଶିଶୁକୁ ଜନ୍ମ ଦେଇଥିଲେ | ମହିଳାଙ୍କର ପ୍ରସବ ହୋଇଥିବା ଜାଣି ପାଇଲଟ ତୁରନ୍ତ ଏଟିସି ସହ ସମ୍ପର୍କ କରିଥିଲେ | ଏହା ପରେ କୋଲକାତାରେ ବିମାନଟି ଜରୁରୀ ଅବତରଣ କରିଥିଲା |
/sambad/media/post_attachments/wp-content/uploads/2020/02/DUYzPGoXUAcqTi2.jpg)
ମିଳିଥିବା ସୂଚନା ମୁତାବକ ଥାଇଲାଣ୍ଡରେ ରହୁଥିବା ୨୩ ବର୍ଷୀୟ ଗର୍ଭବତୀ ମହିଳା କ୍ଵାତାର ଏୟାରଲାଇନର ବିମାନ କ୍ୟୁଆର-୮୩୦ରେ ଦୋହାରୁ ବ୍ୟାଙ୍କକ ଯାଉଥିଲେ | ଏହି ସମୟରେ ତାଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା | ଏହା ପରେ ସହଯାତ୍ରୀମାନେ କେବିନ କ୍ରୁ ସଦସ୍ୟଙ୍କୁ ଏ ବାବଦରେ ସୂଚନା ଦେଇଥିଲେ | ଏହା ପରେ ବିମାନରେ ମହିଳା ଜଣକ ଏକ ଶିଶୁକୁ ଜନ୍ମ ଦେଇଥିଲେ |
/sambad/media/post_attachments/wp-content/uploads/2020/02/1222.jpg)
ଯେଉଁ ସମୟରେ ଏହି ଘଟଣାଟି ଘଟିଥିଲା ବିମାନଟି ଭାରତର ଆକାଶପଥରେ ଥିଲା | ପାଇଲଟ ଏହା ଜାଣିବା ପରେ ତୁରନ୍ତ ଏଟିସି(ଏୟାର ଟ୍ରାଫିକ କଣ୍ଟ୍ରୋଲ)କୁ ସୂଚନା ଦେଇଥିଲେ | ଏଟିସିଠାରୁ ଅନୁମତି ପାଇବା ପରେ ବିମାନଟି ନେତାଜୀ ସୁଭାଷ ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଥିଲା | ତୁରନ୍ତ ମହିଳାଙ୍କୁ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ଉଭୟ ମା ଓ ନବଜାତ ଏବେ ସୁସ୍ଥ ଅଛନ୍ତି |