ଦୋହା: ୨୦୧୯ ମସିହା ଜାନୁଆରି ମାସରୁ କତ୍ତାର ଅର୍ଗାନାଇଜେସନ ଅଫ ପେଟ୍ରୋଲି ଏକ୍ସପୋର୍ଟିଂ କଣ୍ଟ୍ରିଜ( ଓପେକ)ରୁ ଓହରି ଯିବ। କତ୍ତାରର ଶକ୍ତି ମନ୍ତ୍ରୀ କାସ ଅଲ କାବି ଏହି ଘୋଷଣା କରିଛନ୍ତି। କତ୍ତାରର ଦୈନିକ ତୈଳ ଉତ୍ପାଦନ ୬ ଲକ୍ଷ ବ୍ୟାରେଲ। କିନ୍ତୁ କତ୍ତାର ହେଉଛି ବିଶ୍ୱର ସବୁଠାରୁ ଅଧିକ ତରଳ ପ୍ରାକୃତିକ ବାଷ୍ପ ରପ୍ତାନୀ କରୁଥିବା ଦେଶ। କତ୍ତାର ଆନ୍ତର୍ଜାତିକ ବଜାରରେ ନିଜର ଦବ୍ଦବା ପଅୟ୍ରତିପାଦନ କରିବା ପାଇଁ ଓପେକ୍ରୁ ଓହରି ଯିବାକୁ ନିଷ୍ପତ୍ତି ନେଇଥିବା ଜଣାଯାଇଛି।
ଶକ୍ତି ମନ୍ତ୍ରୀ କାବି କହିଛନ୍ତି ଯେ କତ୍ତାର ଓପେକ୍ରୁ ଆସନ୍ତା ଜାନୁଆରି ମାସରୁ ଓହରି ଯାଉଥିବାନେଇ ଚିଠି ଆଜି ସକାଳେ ଓପେକ୍ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ଏହି ସପ୍ତାହରେ ଭିଏନାରେ ହେବାକୁ ଥିବା ଓପେକ ସମ୍ମିଳନୀରେ କତ୍ତାର ଯୋଗ ଦେବ ବୋଲି ଶକ୍ତିମନ୍ତ୍ରୀ କାବା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ସୂଚନାଯୋଗ୍ୟ ଯେ ଚଳିତ ବର୍ଷର ତୈଳ ଦର ବର୍ତ୍ତମାନ ସର୍ବନିମ୍ନ ସ୍ତରରେ ରହିଛି। ମନ୍ତ୍ରୀ କାବି କହିଛନ୍ତି ଯେ ଦୀର୍ଘ ୫୭ ବର୍ଷ ଧରି ଓପେକ୍ର ସଦସ୍ୟ ରହିଥିବା କତ୍ତାର ଏହି ସଙ୍ଗଠନରୁ ଓହରି ଆସିବା ନିଷ୍ପତ୍ତି ସହଜ ନ ଥିଲା। ତେବେ ଦେଶର ପ୍ରାକୃତିକ ବାଷ୍ପ ଶିଳ୍ପର ବିକାଶ ପାଇଁ ଏହି ନିଷ୍ପତ୍ତି ଜରୁରି ଥିଲା ବୋଲି କାବି କହିଛନ୍ତି।
ଓପେକରୁ ଓହରି ଯିବ କତ୍ତାର
/sambad/media/post_attachments/wp-content/uploads/2018/12/Saad-al-Kaabi-chief-executive-of-Qatar-Petroleum.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)