ଦୋହା: ଇସ୍ରାଏଲ ଠାରୁ ଗୁରୁତର ଭାବେ ପରାସ୍ତ ହେବା ପରେ ହାମାସକୁ ଆଉ ଏକ ଝଟକା ଲାଗିଛି। ସୂଚନା ଅନୁଯାୟୀ, ଆମେରିକାର ଅନୁରୋଧ କ୍ରମେ ହାମାସକୁ ନିଜ ଦେଶରୁ ବହିଷ୍କାର କରିବାକୁ କତାର ରାଜି ହୋଇଛି। ଏଥପାଇଁ ହମାସକୁ ବହିଷ୍କାର ନୋଟିସ ଧରାଇଛି ।
ଇସ୍ରାଏଲ-ହାମାସ ଯୁଦ୍ଧକୁ ରୋକିବା ପାଇଁ ପ୍ରୟାସ ପରେ ଆମେରିକୀୟ ଅଧିକାରୀମାନେ ପ୍ରାୟ ଦୁଇ ସପ୍ତାହ ପୂର୍ବରୁ କତାର ପ୍ରତିପକ୍ଷଙ୍କୁ ଜଣାଇଥିଲେ ଯେ ସେମାନେ ସେମାନଙ୍କ ରାଜଧାନୀରେ ହମାସକୁ ଆଶ୍ରୟ ଦେବା ବନ୍ଦ କରନ୍ତୁ। କାତାର ଏଥିରେ ରାଜି ହୋଇ ପ୍ରାୟ ଏକ ସପ୍ତାହ ତଳେ ହାମାସକୁ ନୋଟିସ୍ ଦେଇଥିଲା। ବନ୍ଧକମାନଙ୍କୁ ଛାଡ଼ିବାକୁ ହମାସ ମନା କରିବା ପରେ ଆମେରିକା କତର ଉପରେ ଚାପ ପକାଇଥିଲା । ସେପଟେ ଆଗକୁ ଡୋନାଲ୍ଡ ଟ୍ରମ୍ପ କାର୍ଯ୍ୟଭାର ଗ୍ରହଣ କରିବା ପରେ କତର ବି କୌଣସି ରିସ୍କ ନେବାକୁ ଚାହୁଁ ନାହିଁ ।
ଇସ୍ରାଏଲ-ହାମାସ ଯୁଦ୍ଧକୁ ରୋକିବା ପାଇଁ ପ୍ରୟାସ ପରେ ଆମେରିକୀୟ ଅଧିକାରୀମାନେ ପ୍ରାୟ ଦୁଇ ସପ୍ତାହ ପୂର୍ବରୁ କତାର ପ୍ରତିପକ୍ଷଙ୍କୁ ଜଣାଇଥିଲେ ଯେ ସେମାନେ ସେମାନଙ୍କ ରାଜଧାନୀରେ ହମାସକୁ ଆଶ୍ରୟ ଦେବା ବନ୍ଦ କରନ୍ତୁ। କାତାର ଏଥିରେ ରାଜି ହୋଇ ପ୍ରାୟ ଏକ ସପ୍ତାହ ତଳେ ହାମାସକୁ ନୋଟିସ୍ ଦେଇଥିଲା।
ଆମେରିକା କତରକୁ ଜଣାଇଦେଇଛି ଯେ ହମାସ ଏକ ଆତଙ୍କବାଦୀ ସଂଗଠନ ଯିଏ ଆମେରିକୀୟଙ୍କୁ ହତ୍ୟା କରିବା ସହ ଅନେକଙ୍କୁ ବନ୍ଧକ ରଖିଛି। ବନ୍ଦୀମାନଙ୍କୁ ମୁକ୍ତ କରିବା ପ୍ରସ୍ତାବକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିବା ପରେ ଏହାର ନେତାମାନଙ୍କୁ ଆଉ କୌଣସି ଆମେରିକୀୟ ସହଯୋଗୀଙ୍କ ରାଜଧାନୀରେ ସ୍ୱାଗତ କରାଯିବା ଉଚିତ ନୁହେଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/11/09/NbHiU5l5Lqc9HqvRPkSX.jpeg)