ନୂଆଦିଲ୍ଲୀ : ୧୨ ଦିନର ସଂଘର୍ଷ ପରେ ଇରାନ ଓ ଇସ୍ରାଏଲ ଅସ୍ତ୍ରବିରତି ପାଇଁ ରାଜି ହେବା ପଛରେ କତର ବଡ଼ ଭୂମିକା ଗ୍ରହଣ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ମଧ୍ୟ ଏହି ଘୋଷଣା କରିଛନ୍ତି। ଭୀଷଣ ତିକ୍ତତା ଭିତରେ ଇରାନ ଓ ଇସ୍ରାଏଲକୁ ରାଜି କରାଇବା ପାଇଁ କତରର ପଦକ୍ଷେପକୁ  ଟ୍ରମ୍ପ ପ୍ରଶଂସା କରିଛନ୍ତି।  କତର ଏମିର୍‌ଙ୍କୁ ଟ୍ରମ୍ପଙ୍କ ସିଧାସଳଖ ଅନୁରୋଧ ପରେ ଏହି କୂଟନୈତିକ ବିଜୟ ହାସଲ ହୋଇଛି। ଇସ୍ରାଏଲ ଅସ୍ତ୍ରବିରତି ପ୍ରସ୍ତାବ ଗ୍ରହଣ କରିଥିବା ନେଇ ଟ୍ରମ୍ପ କତର ଶାସକଙ୍କୁ ସୂଚନା ଦେବାପରେ ଇରାନକୁ ଅସ୍ତ୍ରବିରତି ପାଇଁ ରାଜି କରାଇବାକୁ  ତ୍ବରିତ ପଦକ୍ଷେପ ଗ୍ରହଣ କରାଯାଇଥିଲା। କତର  ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ ଅବଦୁଲ ରହମାନ ଅଲ୍‌ ଥାନି ଏହାପରେ ଇରାନର ଅଧିକାରୀମାନଙ୍କୁ ଯୋଗାଯୋଗ କରିଥିଲେ ଏବଂ ଫୋନ୍‌ କଲ୍‌ ସମୟରେ ସେମାନଙ୍କ ସ୍ବୀକୃତି ହାସଲ କରିଥିଲେ। ଇରାକ ଓ କତରରେ ଇରାନ ଆମେରିକା ସାମରିକ ଘାଟି ଉପରେ ଆକ୍ରମଣ କରିବାର କିଛି ସମୟ ପରେ ଏହି ଉଚ୍ଚସ୍ତରୀୟ କଥାବାର୍ତ୍ତା ହୋଇଥିଲା।