ନୂଆଦିଲ୍ଲୀ : ଏଲ୍ପିଜି ସିଲିଣ୍ଡର୍ରୁ ଗ୍ୟାସ୍ ଚୋରି ରୋକିବା ପାଇଁ ଲାଗିବ କ୍ୟୁଆର୍ କୋଡ୍। ଉପଭୋକ୍ତାମାନଙ୍କ ହିତକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ପୁରୀ। ପ୍ଲାଣ୍ଟ୍ରୁ ବାହାରୁଥିବା ସମସ୍ତ ଏଲ୍ପିଜି ସିଲିଣ୍ଡର୍ ଉପରେ କ୍ୟୁଆର୍ କୋଡ୍ ଲାଗିବ ବୋଲି ସେ କହିଛନ୍ତି। ଇଣ୍ଡିଆନ୍ ଅଏଲ୍ ପକ୍ଷରୁ ଏଭଳି ପ୍ରୟାସ ଆରମ୍ଭ ହୋଇଛି।
ସିଲିଣ୍ଡର୍ରୁ ଗ୍ୟାସ୍ ଚୋରି ହେଉଥିବା ନେଇ ଅନେକ ସମୟରେ ଉପଭୋକ୍ତା ଅଭିଯୋଗ କରିଥାନ୍ତି। ସିଲିଣ୍ଡର୍ ଉପରେ କୋଡ୍ ଲାଗିଲେ ଏଥିରେ ସୁଧାର ଆସିବା ଆଶା କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ୨୦ ହଜାର ସିଲିଣ୍ଡର୍ ଉପରେ କୋଡ୍ ଲାଗିବ। ପରବର୍ତ୍ତୀ ସମୟରେ ସାରା ଦେଶରେ ଏହି ବ୍ୟବସ୍ଥା ଲାଗୁ ହେବ। ଉପଭୋକ୍ତାମାନେ ମୋବାଇଲ୍ ଫୋନ୍ରେ କୋଡ୍କୁ ସ୍କାନ୍ କରି ଓଜନ ତଥ୍ୟ ହାସଲ କରିପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/lpg-gas-.jpg)