ନୂଆଦିଲ୍ଲୀ : ଭାରତର ଶିକ୍ଷାନୁଷ୍ଠାନଗୁଡ଼ିକ ନିଜ ଗୁଣବତ୍ତାରେ ଉନ୍ନତି କରିଚାଲିଛନ୍ତି । ଏହା ସତ୍ତ୍ବେ କ୍ୟୁଏସ୍ ଓ୍ବାର୍ଲଡ ୟୁନିଭର୍ସିଟି ରାଙ୍କିଙ୍ଗ୍ ୨୦୨୪ର ଶ୍ରେଷ୍ଠ ୧୦୦ ମଧ୍ୟରେ କୌଣସି ଭାରତୀୟ ଶିକ୍ଷାନୁଷ୍ଠାନ ସ୍ଥାନ ପାଇନାହାନ୍ତି । ଆଇଆଇଟି ବମ୍ବେ ଏହି ତାଲିକାର ୧୧୮ ତମ ସ୍ଥାନରେ ଓ ଆଇଆଇଟି ଦିଲ୍ଲୀ ୧୫୦ତମ ସ୍ଥାନରେ ରହିଛି ।
କ୍ୟୁଏସ ସବଜେକ୍ଟ ରାଙ୍କିଙ୍ଗରେ ( ବିଷୟ ଅନୁସାରେ ମାନ୍ୟତା)ରେ ଭାରତର ୯ଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛନ୍ତି । ଆଇଏସଏମ ଧନବାଦ, ଆଇଆଇଟି ଖଡ଼ଗପୁର ଏବଂ ଆଇଆଇଟି ବମ୍ବେ ଖଣିଜ ଏବଂ ଖଣି ଇଞ୍ଜିନିୟରିଂ କ୍ଷେତ୍ରରେ ବିଶ୍ୱସ୍ତରରେ ଏକ ଦୃଢ଼ ଉପସ୍ଥିତି ସୃଷ୍ଟି କରିଛନ୍ତି । ଆଇଆଇଟି ଦିଲ୍ଲୀ ଏବଂ ଆଇଆଇଟି ବମ୍ବେ ଇଲେକ୍ଟ୍ରିକାଲ୍ ଏବଂ ଇଲେକ୍ଟ୍ରୋନିକ୍ ଇଞ୍ଜିନିୟରିଂରେ ନିଜର ପରିଚୟ ସୁଦୃଢ଼ କରିଛନ୍ତି।
ତେବେ କ୍ୟୁଏସ ସବଜେକ୍ଟ ରାଙ୍କିଙ୍ଗରେ ( ବିଷୟ ଅନୁସାରେ ମାନ୍ୟତା)ରେ ଭାରତର ୯ଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛନ୍ତି । ଆଇଏସଏମ ଧନବାଦ, ଆଇଆଇଟି ଖଡ଼ଗପୁର ଏବଂ ଆଇଆଇଟି ବମ୍ବେ ଖଣିଜ ଏବଂ ଖଣି ଇଞ୍ଜିନିୟରିଂ କ୍ଷେତ୍ରରେ ବିଶ୍ୱସ୍ତରରେ ଏକ ଦୃଢ଼ ଉପସ୍ଥିତି ସୃଷ୍ଟି କରିଛନ୍ତି । ଆଇଆଇଟି ଦିଲ୍ଲୀ ଏବଂ ଆଇଆଇଟି ବମ୍ବେ ଇଲେକ୍ଟ୍ରିକାଲ୍ ଏବଂ ଇଲେକ୍ଟ୍ରୋନିକ୍ ଇଞ୍ଜିନିୟରିଂରେ ନିଜର ପରିଚୟ ସୁଦୃଢ଼ କରିଛନ୍ତି। ଆଇଆଇଟି ମାଡ୍ରାସ, ଆଇଆଇଟି ବମ୍ବେ ଏବଂ ଆଇଆଇଟି ଖଡ଼ଗପୁର କ୍ରମାଗତ ଭାବରେ ବିଶ୍ୱର ଶ୍ରେଷ୍ଠ ୫୦ ଟି ଅନୁଷ୍ଠାନ ମଧ୍ୟରେ ଉପସ୍ଥିତ ରହି ନିଜର ଖ୍ୟାତି ବଜାୟ ରଖିଛନ୍ତି । ଏହାବ୍ୟତୀତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ମଧ୍ୟ ବିକାଶ ଅଧ୍ୟୟନ କ୍ଷେତ୍ରରେ ଶ୍ରେଷ୍ଠ ୫୦ ରେ ସ୍ଥାନ ପାଇଛି, ଯଦିଓ ଏହାର ମାନ୍ୟତା ଗତ ବର୍ଷ ତୁଳନାରେ ସାମାନ୍ୟ ହ୍ରାସ ପାଇଛି ।
ଇଞ୍ଜିନିୟରିଂ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଆଇଆଇଟି ଦିଲ୍ଲୀ ଓ ଆଇଆଇଟି ବମ୍ବେ ଯଥାକ୍ରମେ ୪୫ତମ ସ୍ଥାନରୁ ୨୬ତମ ଓ ୨୮ତମ ସ୍ଥାନ ହାସଲ କରିଛନ୍ତି। ଇଞ୍ଜିନିୟରିଂ-ଇଲେକ୍ଟ୍ରିକାଲ୍ ଓ ଇଲେକ୍ଟ୍ରୋନିକ୍ ବର୍ଗରେ ମଧ୍ୟ ଉଭୟ ଅନୁଷ୍ଠାନ ଶ୍ରେଷ୍ଠ ୫୦ରେ ସ୍ଥାନ ପାଇଛନ୍ତି।