ନୂଆଦିଲ୍ଲୀ : ୟୁକ୍ରେନ ଉପରେ ରୁଷ୍ ଆକ୍ରମଣ ଜାରି ରହିଥିବାବେଳେ ଗୁରୁବାର ଦିନ କ୍ବାଡ୍ ଶୀର୍ଷ ନେତାମାନଙ୍କ ଶୀର୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନ ଯୋଗ ଦେଇଥିଲେ।
ଭାରତ, ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆକୁ ନେଇ ଗଠିତ କ୍ବାଡ୍ ବୈଠକରେ ୨୦୨୧ ସେପ୍ଟେମ୍ବରରେ ହୋଇଥିବା ସମ୍ମିଳନୀର ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ଏଥିସହିତ ଚଳିତବର୍ଷ ଜାପାନରେ ହେବାକୁ ଥିବା ପରବର୍ତ୍ତୀ ସମ୍ମିଳନୀର ଫଳାଫଳ ଯେଭଳି ବାସ୍ତବ ରହିବ ସେ ନେଇ ସହଯୋଗ ବୃଦ୍ଧି କରିବା ପାଇଁ ୪ ଦେଶର ନେତା ରାଜି ହୋଇଛନ୍ତି। ରୁଷ-ୟୁକ୍ରେନ ଯୁଦ୍ଧ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଆଲୋଚନା ଓ କୂଟନୈତିକ ରାସ୍ତାକୁ ଫେରିବାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ। ଭାରତ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଶାନ୍ତି, ସ୍ଥିରତା ଏବଂ ଅଗ୍ରଗତି ହାସଲର ମୂଳ ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ମୋଦୀ ମତ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/modi.jpg)