ବିହାର ପୁଲିସ ଅଧିକାରୀଙ୍କୁ ବାଧ୍ୟତାମୂଳକଭାବେ ସଙ୍ଗରୋଧ କରିବା ଏକ ଭଲ ସଙ୍କେତ ନୁହେଁ: ସୁପ୍ରିମକୋର୍ଟ

ମୁମ୍ବାଇ: ରବିବାର ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ଯାଞ୍ଚ କରୁଥିବା ଟିମର ନେତୃତ୍ୱ ନେବାକୁ ପାଟନା ଏସପି ବିନୟ ତିୱାରୀଙ୍କୁ ମୁମ୍ବାଇ ପଠାଯାଇଥିଲା। ତେବେ ମୁମ୍ବାଇରେ ପହଞ୍ଚିବା ପରେ ତଦନ୍ତରେ ସାହାଯ୍ୟ କରିବା ପରିବର୍ତ୍ତେ ତାଙ୍କୁ ବାଧ୍ୟତାମୂଳକଭାବେ ସଙ୍ଗରୋଧରେ ରଖାଯାଇଥିଲା। ବ୍ରିହନ ମୁମ୍ବାଇ ମହାନଗର ନିଗମ ତାଙ୍କୁ ସଙ୍ଗରୋଧରେ ରହିବା ପାଇଁ ପଠାଇଦେଇଥିବା ଖବର ଟୁଇଟ୍ କରି ଜଣାଇଥିଲେ ବିହାର ଡିଜିପି ଗୁପ୍ତେଶ୍ବର ପାଣ୍ଡେ। ଏହି ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଆଜି ଏ ନେଇ ନିଜର ମନ୍ତବ୍ୟ ରଖିଛନ୍ତି ସୁପ୍ରିମକୋର୍ଟ। ମୁମ୍ବାଇ ପୁଲିସର ଭଲ ବୃତ୍ତିଗତ ପ୍ରତିଷ୍ଠା ଥିବା ସତ୍ତ୍ୱେ ବିହାର ପୁଲିସ ଅଧିକାରୀଙ୍କୁ ବାଧ୍ୟତାମୂଳକଭାବେ ସଙ୍ଗରୋଧ କରିବା ଖବର ଏକ ଭଲ ସଙ୍କେତ ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

ବିହାରର ରାଜଧାନୀ ପାଟନାରେ ପଞ୍ଜିକୃତ ହୋଇଥିବା ମାମଲାକୁ ମହାରାଷ୍ଟ୍ରର ମୁମ୍ବାଇକୁ ସ୍ଥାନାନ୍ତର କରିବା ପାଇଁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଏକ ପିଟିସନର ଶୁଣାଣି ବେଳେ ବିହାର ପୁଲିସ ଅଧିକାରୀଙ୍କୁ ବାଧ୍ୟତାମୂଳକଭାବେ ସଙ୍ଗରୋଧରେ ରଖିବା ଘଟଣା ଉପରେ ଏଭଳି ମନ୍ତବ୍ୟ ଦେଇଥିଲେ ସୁପ୍ରିମକୋର୍ଟ।

The Supreme Court was hearing a plea by actor Rhea Chakraborty seeking transfer of Sushant Singh Rajput death case registered in Bihar’s capital of Patna to Maharashtra’s Mumbai.
hindustantimes

ଆଇପିଏସ୍ ଅଧିକାରୀ ବିନୟ ତିୱାରୀ ରବିବାର ଯାଞ୍ଚ ଟିମର ନେତୃତ୍ୱ ନେବା ପାଇଁ ପାଟନାରୁ ମୁମ୍ବାଇରେ ପହଞ୍ଚିଥିଲେ। କିନ୍ତୁ ପହଞ୍ଚିବା ପରେ ତାଙ୍କୁ ରାତି ୧୧ଟା ସମୟରେ ବିଏମସି ଅଧିକାରୀମାନେ ବାଧ୍ୟତାମୂଳକଭାବେ ସଙ୍ଗରୋଧରେ ରହିବା ପାଇଁ କହିଥିଲେ। ଅନୁରୋଧ ସତ୍ତ୍ବେ ତାଙ୍କୁ ଆଇପିଏସ ମେସ ଯୋଗାଇ ଦିଆଯାଇ ନଥିଲା ଏବଂ ‌ସେ ଗୋରେଗାଓଁର ଏକ ଗେଷ୍ଟ ହାଉସରେ ରହିଥିଲେ।  ଏହି ସୂଚନା ଟୁଇଟ୍ କରି ଲେଖିଛନ୍ତି ବିହାର ଡିଜିପି ଗୁପ୍ତେଶ୍ବର ପାଣ୍ଡେ |

ସମ୍ବନ୍ଧିତ ଖବର