ଏହି କାରଣରୁ ମୁଖ୍ୟମନ୍ତ୍ରୀଙ୍କ ଘରେ ସବୁବେଳେ ହୁଏ ଝଗଡା!

ଭୋପାଳ: ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ସବୁବେଳେ ଝଗଡା ହୁଏ | ତେବେ କୌଣସି ମତାନ୍ତର ବା ପାରିବାରିକ ସମସ୍ୟା ପାଇଁ ଝଗଡା ହୁଏ ନାହିଁ ବରଂ ବିଦ୍ୟୁତ ବ୍ୟବହାରକୁ ନେଇ ଝଗଡା ହୁଏ | ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ତାଙ୍କ ବାସଭବନ ବାବଦରେ ଏକ ମଜାଦାର କଥା କହିଛନ୍ତି। ବାସ୍ତବରେ ମୁଖ୍ୟମନ୍ତ୍ରୀ ବିଶ୍ୱ ପରିବେଶ ଦିବସ ଅବସରରେ ଗଣମାଧ୍ୟମ ସହିତ କଥାବାର୍ତ୍ତା କରୁଥିଲେ। ଏହି ସମୟରେ ସେ ବୃକ୍ଷରୋପଣ କରିବା ସହିତ ବିଦ୍ୟୁତ୍ ସଞ୍ଚୟ ଉପରେ ଗୁରୁତ୍ୱାରୋପ କରିଥିଲେ।

ସେ କହିଥିଲେ ଯେ ମୁଁ ମୋ ପରିବାର ସହିତ ସରକାରୀ ବାସଭବନରେ ରହିଥାଏ । ଆମ ପରିବାର ସର୍ବଦା ଚେଷ୍ଟା କରିଥାଏ ଯେ ଯେଭଳି ଅନାବଶ୍ୟକ ଭାବରେ ବିଦ୍ୟୁତ ବ୍ୟବହାର ନ ହେଉ | ଯେଉଁଠାରେ ବି ଅଯଥା ବିଦ୍ୟୁତ୍ ବ୍ୟବହାର ହେଉଥିବାର ମୁଁ ଦେଖିଥାଏ, ନିଜେ ସେଠାକୁ ଯାଇ ସୁଇଚ ବନ୍ଦ କରିଦେଇଥାଏ | ଏହା ପରେ ଶିବରାଜ ଯାହା କହିଥିଲେ, ତାଙ୍କ ପତ୍ନୀ ସାଧନା ସିଂ ମଧ୍ୟ ହସିଉଠିଥିଲେ । ଶିବରାଜ ସିଂ ଚୌହାନ କହିଛନ୍ତି ଯେ ଆମ ମଧ୍ୟରୁ ଅଧିକାଂଶ ସରକାରୀ ବାସଭବନର କର୍ମଚାରୀଙ୍କ ସହ ଝଗଡା କରୁଛନ୍ତି ଯେ ଅନାବଶ୍ୟକ ଭାବେ ବିଦ୍ୟୁତ କାହିଁକି ବ୍ୟବହାର କରାଯାଉଛି ।

ଶିବରାଜ ଆହୁରି ମଧ୍ୟ କହିଛନ୍ତି ଯେ ବେଳେବେଳେ ଅଯଥାରେ କୁଲର, ଫ୍ୟାନ ଚାଲୁ ରହିଥାଏ | ଏଥିପାଇଁ ମୁଁ ମୋର ପରିବାର ସଦସ୍ୟଙ୍କ ସହ ସରକାରୀ ବାସଭବନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସହ କଥା ହୁଏ | ବେଳେବେଳେ ବିଦ୍ୟୁତର ଅପବ୍ୟବହାରକୁ ନେଇ ପରିବାର ସଦସ୍ୟଙ୍କ ସହ ମୋର ଝଗଡା ହୋଇଥାଏ | ସେ କହିଛନ୍ତି ଯେ ଆମକୁ ଏହାକୁ ଅଭ୍ୟାସରେ ପରିଣତ କରିବାକୁ ହେବ ଯେ ଅନାବଶ୍ୟକ ବିଦ୍ୟୁତ ଜାଳିବାକୁ ଦେବା ନାହିଁ।

ସମ୍ବନ୍ଧିତ ଖବର