ଉନ୍ନାଓ: ଉତ୍ତରପ୍ରଦେଶର ଉନ୍ନାଓରେ ବାପାଙ୍କ ପେନ୍‌ସନ୍‌କୁ ନେଇ ଭାଇ ଓ ଭଉଣୀଙ୍କ ମଧ୍ୟରେ ଝଗଡା ସାମ୍ନାକୁ ଆସିଛି। ଉଭୟଙ୍କ ମଧ୍ୟରେ ଝଗଡା ହେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଘଟଣା ବୀଘାପୁରରେ ଘଟିଛି। ଭଉଣୀ ଜଣକ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଅଭିଯୋଗ କରିଛି। ସେ ନ୍ୟାୟ ପାଇଁ ନିବେଦନ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ଚିଠି ଲେଖିଛନ୍ତି। ମିଳିଥିବା ସୂଚନା ମୁତାବକ ବାପାଙ୍କ ପେନସନକୁ ନେଇ ପୂଜା ଦେବୀ ଓ ତାଙ୍କ ଭାଇଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗିଆସୁଥିଲା | ତେବେ କିଛିଦିନ ତଳେ ଏହି ଵିଵାଦ ତୀବ୍ର ରୂପ ନେଇଥିଲା | ପୂଜାଙ୍କ ଭାଇ ପେନ୍ସନ୍ ଦେବାକୁ ମନା କରିଦେବାରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ସେ ଏ ନେଇ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ସୋସିଆଲ ମିଡିଆରେ ଦୁହିଁଙ୍କ ମଧ୍ୟରେ ଝଗଡା ହେବାର ଭିଡିଓ ଭାଇରାଲ ହେବାପରେ ପୁଲିସ ସକ୍ରିୟ ହୋଇ ଏକ ମାମଲା ରୁଜୁ କରିଛି | ପୀଡିତା ପୂଜା ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ପାଇଁ ନିବେଦନ କରିଛନ୍ତି।

Advertisment

ପୀଡିତା କହିଛନ୍ତି ଯେ ପୁଲିସ କର୍ମଚାରୀମାନେ ମାମଲା ରୁଜୁ କରି ଚୁପ ହୋଇ ବସିରହିଛନ୍ତି | ଯଦି ପୁଲିସ ପୂର୍ବରୁ ମାମଲା ରୁଜୁ କରିଥାନ୍ତେ, ତେବେ ତାଙ୍କ ଭାଇମାନେ ତାଙ୍କୁ ନିର୍ଯାତନା ଦେଇ ନଥାନ୍ତେ | ବାସ୍ତବରେ ବାପାଙ୍କ ପେନସନ କିଏ ପାଇବ ତାହାକୁ ନେଇ ଭାଇ-ଭଉଣୀଙ୍କ ମଧ୍ୟରେ ଝଗଡା ଲାଗିଥିଲା | ବାପାଙ୍କ ପେନସନ ମିଳୁନଥିବା ନେଇ ଭଉଣୀ ଅଭିଯୋଗ କରିଥିଲେ | ବାପାଙ୍କ ପେନସନ ଟଙ୍କା ତାଙ୍କ ଭାଇ ହଡପ କରିନେଉଥିବାର ପୂଜା ଅଭିଯୋଗ କରିଛନ୍ତି |