ବ୍ରିଟେନର ଯୁବରାଜ ଚାର୍ଲସ କରୋନା ଆକ୍ରାନ୍ତ, ମହାରାଣୀ ଏଲିଜାବେଥଙ୍କ ସ୍ବାସ୍ଥାବସ୍ଥାକୁ ନେଇ ଚିନ୍ତା ବଢିଲା

ଲଣ୍ଡନ : ବ୍ରିଟେନର ଯୁବରାଜ ଚାର୍ଲସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ଦୁଇ ବର୍ଷ ମଧ୍ୟରେ ସେ ୨ୟ ଥର ପାଇଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ୨୦୨୦ରେ କରୋନାର ପ୍ରଥମ ଲହର ସମୟରେ ସେ କରୋନା ଆକ୍ରାନ୍ତ ହୋଇଥିଲେ । ସେ କରୋନା ଆକ୍ରାନ୍ତ ହେବା ପରେ ତାଙ୍କ ମା’ ତଥା ମହାରାଣୀ ଏଲିଜାବେଥଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଛି । କାରଣ କିଛି ଦିନ ପୂର୍ବରେ ଚାର୍ଲସ ତାଙ୍କୁ ସାକ୍ଷାତ କରିଥିଲେ । ୯୫ ବର୍ଷରେ ପଦାର୍ପଣ କରିସାରିଥିବା ଏଲିଜାବେଥଙ୍କ ଶରୀରରେ ଏବେ କୌଣସି ଲକ୍ଷଣ ନଥିଲେ ବି ତାଙ୍କ ସ୍ବାସ୍ଥ୍ୟ ଉପରେ ଏକ ଡାକ୍ତରୀ ଦଳ ନିୟମିତ ନଜର ରଖିଛି । ତେବେ ପୂର୍ବରୁ ମହାରାଣୀ ଦୁଇଟିଯାକ କରୋନା ଟିକା ନେଇସାରିଛନ୍ତି ।

ଗତ ମଙ୍ଗଳବାରଦିନ ପ୍ରିନ୍ସ ଚାର୍ଲସ ଓ୍ବିନଷ୍ଟର କାସଲ ଯାଇ ମହାରାଣୀ ଏଲିଜାବେଥଙ୍କୁ ସାକ୍ଷାତ କରିଥିଲେ । କରୋନା ଆକ୍ରାନ୍ତ ହେବା ପରେ ଚାର୍ଲସ ଏକାନ୍ତବାସରେ ରହୁଛନ୍ତି ।

ସୂଚନାଯୋଗ୍ୟ ଯେ ରାଣୀ ଏଲିଜାବେଥଙ୍କ ପରେ ପ୍ରିନ୍ସ ଟାର୍ଲସ ବ୍ରିଟେନର ସମ୍ରାଟ ଭାବେ ଅଭିଷିକ୍ତ ହେବେ । ଏ ସଂପର୍କରେ ରାଣୀ ପୂର୍ବରୁ ହିଁ ସ୍ପଷ୍ଟ କରିସାରିଛନ୍ତି । ଅଭିଷିକ୍ତ ହେବା ପରେ ଚାର୍ଲସଙ୍କ ପତ୍ନୀ କାମିଲାଙ୍କୁ କ୍ବିନ କନସର୍ଟ ( ମହାରାଣୀ) ମାନ୍ୟତା ପାଇବେ ଓ ତାଙ୍କ ନିକଟକୁ ପ୍ରସିଦ୍ଧ କୋହିନୂର ହୀରା ଖଚିତ ମୁକୁଟ ଆସିବ ।

 

ସମ୍ବନ୍ଧିତ ଖବର