ରାଣୀ ଏଲିଜାବେଥ୍-୨ ହେଲେ କରୋନା ଆକ୍ରାନ୍ତ

ଲଣ୍ଡନ: ୯୫ ବର୍ଷୀୟା ରାଣୀ ଏଲିଜାବେଥ୍-୨ କରୋନା ଦ୍ଵାରା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ନିକଟରେ କରୋନାର ଥଣ୍ଡା ଭଳି ହାଲୁକା ଲକ୍ଷଣ ଦେଖା ଦେଇଛି। ବକିଙ୍ଗହମ୍ ପ୍ୟାଲେସ୍ ତରଫରୁ ରବିବାର ଏହି ସୂଚନା ଦିଆଯାଇଛି।
ତେବେ ବକିଙ୍ଗହମ୍ ପ୍ୟାଲେସ୍ ଅନୁସାରେ ରାଣୀ ଏଲିଜାବେଥ୍-୨ ହାଲୁକା କାମ ଜାରି ରଖିବେ। ଏଲିଜାବେଥ୍-୨ କୋରନାର ତିନୋଟି ଟିକା ନେଇସାରିଛନ୍ତି।

କିଛି ଦିନ ପୂର୍ବରୁ ତାଙ୍କ ବଡ ପୁଅ ପ୍ରିନ୍ସ ଚାର୍ଲସ ଓ ବୋହୁ କାମିଲା ମଧ୍ୟ କରୋନା ଦ୍ଵାରା ଆକ୍ରାନ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର