ଲଣ୍ଡନ: ବ୍ରିଟେନ୍ର ରାଣୀ ଏଲିଜାବେଥ ଆଜି ୯୪ ବର୍ଷରେ ପାଦ ଦେଇଛନ୍ତି। ତାଙ୍କର ଜନ୍ମଦିନ ଉତ୍ସବକୁ ପାରମ୍ପରିକ ରୀତିରେ ଧୁମ୍ଧାମରେ ପାଳନ କରାଯିବା କଥା, ମାତ୍ର କୋଭିଡ-୧୯ ଯୋଗୁଁ ଏହାକୁ ବାତିଲ କରି ଦିଆଯାଇଛି। ବିଶ୍ବର ପୁରାତନ ରାଜ ପରିବାରର ଏହି ରାଣୀଙ୍କ ଜନ୍ମଦିନ ଉତ୍ସବ ଚଳିତବର୍ଷ କୋଭିଡ-୧୯ ପାଇଁ ଫିକା ପଡ଼ିଯାଇଛି। ସାଧାରଣତଃ ରାଜପରିବାରରେ ବିଭିନ୍ନ ଉତ୍ସବ ପାଳନ କରାଯିବା ବେଳେ ତୋପ ସଲାମୀ ପ୍ରଦାନ କରାଯାଇଥାଏ। ଲଣ୍ଡନ ସହରର ବିଭିନ୍ନ ସ୍ଥାନରେ ଫାଙ୍କା ତୋପ ସଲାମୀ ଦିଆଯାଇଥାଏ। ସରକାରୀ ଦପ୍ତରମାନଙ୍କରେ ପତାକା ଉତ୍ତୋଳନ କରାଯାଇଥାଏ। ମାତ୍ର ଚଳିତବର୍ଷ ବ୍ରିଟେନ୍ରେ କୋଭିଡ-୧୯ ଯେଉଁଭଳି ଆତଙ୍କ ସୃଷ୍ଟି କରିଛି, ତାହାକୁ ଦୃଷ୍ଟିରେ ରଖି ଏଭଳି ଉତ୍ସବ ପାଳନ ଉପରେ ରାଜ ପରିବାର ପକ୍ଷରୁ କଟକଣା ଲାଗୁ କରାଯାଇଛି। ବ୍ରିଟେନରେ ୧୬ ହଜାର ଲୋକ କୋଭିଡ-୧୯ରେ ମୃତ୍ୟୁବରଣ କରିଥିବା ବେଳେ ଏହା କୋଭିଡ ମୃତ୍ୟୁରେ ବିଶ୍ବରେ ପଞ୍ଚମ ସ୍ଥାନରେ ରହିଛି। ବ୍ରିଟେନ୍ ବର୍ତ୍ତମାନ ଲକ୍ଡାଉନର ଚତୁର୍ଥ ସପ୍ତାହ ଦେଇ ଗତି କରୁଛି। କରୋନା ଆତଙ୍କ କାରଣରୁ ରାଣୀ ଏଲିଜାବେଥ ଏବଂ ତାଙ୍କ ସ୍ବାମୀ ୯୮ ବର୍ଷୀୟ ପ୍ରିନ୍ସ ଫିଲିପ୍ଙ୍କୁ ବର୍ତ୍ତମାନ ପଶ୍ଚିମ ଲଣ୍ଡନର ଉଇଣ୍ଡସର ରାଜପ୍ରାସାଦରେ ସୁରକ୍ଷିତ ଭାବେ ରଖାଯାଇଛି। ୧୯୨୬ ଏପ୍ରିଲ ୨୧ ଆଜିର ଦିନରେ ରାଣୀ ଏଲିଜାବେଥ କେନ୍ଦ୍ରୀୟ ଲଣ୍ଡନର ବ୍ରୁଟନ୍ ଷ୍ଟ୍ରୀଟ୍ରେ ଜନ୍ମଗ୍ରହଣ କରିଥିଲେ।
୯୪ରେ ପାଦ ଦେଲେ ରାଣୀ ଏଲିଜାବେଥ୍, କୋଭିଡ-୧୯ ପାଇଁ ଜନ୍ମଦିନ ଉତ୍ସବ ବାତିଲ
/sambad/media/post_attachments/wp-content/uploads/2018/06/Britains-Queen-Elizabeth-II-statue.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)