ଜାଲିଓ୍ବାନଓ୍ବାଲା ବାଗ୍ ଗଣହତ୍ୟା ପାଇଁ କ୍ଷମା ମାଗିନଥିଲେ ମହାରାଣୀ

ନୂଆଦିଲ୍ଲୀ : ବ୍ରିଟିଶ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ନିଧନରେ ଆସନ୍ତା ରବିବାରଦିନ ଭାରତରେ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ । ତେବେ କିପରି ଥିଲା ଭାରତ ସହ ତାଙ୍କର ସମ୍ପର୍କ ?

ସୂଚନାଯୋଗ୍ୟ ଯେ, ମହାରାଣୀ ଏଲିଜାବେଥ ପ୍ରଥମ ବ୍ରିଟିଶ ଶାସନମୁଖ୍ୟ ଯିଏ କି ଭାରତର ସ୍ବାଧୀନତା ପରେ ଶାସନଭାର ଗ୍ରହଣ କରିଥିଲେ । ୧୯୫୨ରେ ତାଙ୍କର ରାଜ୍ୟାଭିଷେକ ହୋଇଥିଲା । ନିଜର ଶାସନକାଳ ମଧ୍ୟରେ ସେ ୩ ଥର ୧୯୬୦, ୧୯୮୩ ଓ ୧୯୯୭ରେ ଭାରତ ଗସ୍ତରେ ଆସିଥିଲେ । ଭାରତର ବିବିଧତାପୂର୍ଣ୍ଣ ସଂସ୍କୃତିକୁ ସେ ଭଲ ପାଉଥିଲେ । ଭାରତର ଜନତା ବି ତାଙ୍କୁ ସମ୍ମାନ କରୁଥିଲେ ।  କିନ୍ତୁ ଭାରତ ସହ ତାଙ୍କର ସମ୍ପର୍କ ବିବାଦମୁକ୍ତ ନଥିଲା ।

୧୯୯୭ରେ ନିଜ ୩ୟ ଭାରତ ଗସ୍ତରେ ଆସିଥିଲେ ମହାରାଣୀ । ଏହି ସମୟରେ ସେ ଅମୃତସରର ଜାଲିଓ୍ବାନାଓ୍ବାଲା ବାଗ୍ ସ୍ମୃତିସ୍ଥଳ ଗସ୍ତରେ ଯାଇଥିଲେ । ୧୯୧୯ରେ ବ୍ରିଟିଶ ସେନା ଦ୍ବାରା ହୋଇଥିବା  ନିରୀହ ଜନତାଙ୍କ ଗଣହତ୍ୟା ପାଇଁ ସେ କ୍ଷମା ମାଗିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ସେ ଏହି ଘଟଣା ପାଇଁ କେବଳ ଦୁଃଖ ପ୍ରକାଶ କରିଥିଲେ, କିନ୍ତୁ କ୍ଷମା ମାଗିନଥିଲେ । ଏପରିକି ତାଙ୍କ ସ୍ବାମୀ କିଙ୍ଗ୍ ଫିଲିପ୍ ଏକ ବିବାଦୀୟ ବୟାନ ଦେଇଥିଲେ । ସେ ଏହି ଘଟଣାରେ ମୃତକଙ୍କ ସଂଖ୍ୟାକୁ ନେଇ ପ୍ରଶ୍ନ କରିଥିଲେ । ଏହା ସେତେବେଳେ ଭାରତୀୟ ଜନତାଙ୍କ ମଧ୍ୟରେ ନିରାଶା ଓ ବିବାଦ ସୃଷ୍ଟି କରିଥିଲା ।

 

ସମ୍ବନ୍ଧିତ ଖବର